ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ ଯୁବକଙ୍କୁ ଗିରଫ କରିଛି l ଗିରଫ ଯୁବକ ମାନେ ହେଲେ ବାଲିପଟା ଗାଁର କାଳିଆ ମାଝୀ , ନାଉପଦା ଗାଁର ଧିରେନ ବିଶ୍ୱାଳ ଓ ବାଲିଝରଣ ଗାଁର ଅନନ୍ତ ନାଏକ । ସୂଚନା ଅନୁସାରେ ବାଲିପଟା ଗାଁ ମେଡିକାଲ ପଛପଟେ ଜୁଆ ଖେଳ ଚାଲିଥିବା ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ପୁଲିସକୁ ଦେଖି ଜୁଆ ଖେଳାଳୀ ମାନେ ଦୌଡ଼ି ପଳାଇ ଯାଉଥିବା ବେଳେ ପୋଲିସ ୩ ଜଣ ଯୁବକଙ୍କୁ କାବୁ କରିବା ସହିତ ଘଟଣା ସ୍ଥଳରୁ ଜୁଆ ପାଲିରେ ପଡ଼ିଥିବା ୧୦ହଜାର ୨ଶହ ଟଙ୍କା ଓ ଜୁଆରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି l ଜବତ ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ଗିରଫ ଯୁବକଙ୍କୁ ପଚରାଉଚରା କରି ଅଧିକ ତଦନ୍ତ ଚଳାଇଛି l

Advertisement

Leave a Reply

Your email address will not be published. Required fields are marked *