ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢାଉ – ୧୩ ଜଣ ଗିରଫ , ୧୪ ଟ୍ରାକ୍ଟର ଓ ହାଇୱା ଜବତ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ଚୋରା ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ଯାଇ କଠୋର ହୋଇଛି ପୁଲିସ ପ୍ରଶାସନ । ଆଜି(ଶନିବାର) ଏଥିପାଇଁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢାଉ କରାଯାଇ ଚୋରା ଚାଲାଣ ହେଉଥିବା ୩ ଟି ହାଇୱା , ୨ ଟି ଟ୍ରିପର ଓ ୯ ଟି ଟ୍ରାକ୍ଟର ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରା ଯାଇଛି । ଛେଣ୍ଡିପଦା ଥାନା ଚଢାଉ କରି ୪ ଟି ଟ୍ରାକ୍ଟର ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ସେହିଭଳି ତାଳଚେର ଥାନା ପୁଲିସ ୩ ଟି ହାଇୱା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ କୋଲିୟାରୀ ଥାନା ଗୋଟିଏ ହାଇୱା ସହ ଜଣଙ୍କୁ ଗିରଫ କରିଛି । ବାଗଡିଆ ଥାନା ଗୋଟିଏ ଟ୍ରାକ୍ଟର ଜବତ କରିଛି । ଖମାର ଥାନା ଗୋଟିଏ ଟ୍ରାକ୍ଟର ଓ ଦୁଇଟି ଟ୍ରିପର ଜବତ କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି । ସେହିଭଳି ରେଙ୍ଗାଳୀ ଥାନା ପୁଲିସ ଦୁଇଟି ଟ୍ରାକ୍ଟର ଜବତ କରଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ଆଜିର ଏହି ଚଢାଉ ପରେ ଚୋରା ବାଲି ଚାଲାଣ କରୁଥିବା ମାଫିଆ ମାନଙ୍କ ମନରେ ଛନକା ପଶି ଯାଇଛି । ତେବେ ଏହିଭଳି ଚଢାଉ ଆଗକୁ ମଧ୍ୟ ଜାରି ରହିବ ଏବଂ ଚୋରା ବାଲି ଚାଲାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି ।

Advertisement

Leave a Reply

Your email address will not be published. Required fields are marked *