ଅପରାଧ ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ Angul OnlineNovember 3, 2021November 3, 2021 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ ବ୍ୟବସାୟ ହୋଇ ଆସୁଥିବା ନେଇ କୋଲୋନୀବାସୀ ଅଭିଯୋଗ କରି ଆସୁଥିବା ବେଳେ ଆଜି ଦୁଇଜଣ ଯୁବକ ଗରାଖ ଆସିଥିବା ସୂଚନା ପୁଲିସକୁ ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି । ସୂଚନା ଅନୁସାରେ ଇନ୍ଦ୍ରହରି ନଗରରେ ଏକ ଭଡା ଘରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ ଚାଲୁଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଥିଲେ । ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଦୁଇ ଯୁବକ ସେହି ଭଡା ଘରକୁ ଯାଇ ନିକଟରେ ଟହଲ ମାରୁଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକକୁ ପଚରା ଉଚରା କରିଥିଲା । ଉଭୟ ଯୁବକ ପୁଲିସ ସମୁଖରେ ଘଟଣା ସ୍ୱୀକାର କରିବା ସହ ଗ୍ରାହକ ଯୋଗାଡ଼ କରୁଥିବା ଦଲାଲର ସୂଚନା ମଧ୍ୟ ଦେଇଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ହେଲେ ଘଟଣା ସ୍ଥଳରେ ଉକ୍ତ ଭଡ଼ା ଘରର ବାହାର ପାଖ ମୁଖ୍ୟ ଫାଟକ ରେ ତାଲା ଝୁଲୁଥିଲା ଏବଂ ସମ୍ମୁଖରେ ଏକ ଅଟୋ ଗାଡି ରହିଥିଲା । ଫଳରେ ପୁଲିସ ଘର ଭିତରକୁ ଯାଇ ପାରି ନଥିଲା କି ଯାଞ୍ଚ କରି ପାରି ନଥିଲା । ଉଭୟ ଯୁବକ ଆସିଥିବା ମୋଟରସାଇକେଲକୁ କିଛି ଦୂରରେ ଏକ ଢାବା ସମ୍ମୁଖରେ ରଖିଥିବା ବେଳେ ପୁଲିସ ବାଇକକୁ ଜବତ କରିଛି । ତେବେ ଏ ସମ୍ପର୍କରେ ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇ ନାହିଁ । Advertisement
କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅମାନ୍ତପୁର ଗାଁର ଏକ କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା…
ସ୍ତ୍ରୀ କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ – ସ୍ୱାମୀ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ପାପସରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପତ୍ନୀ ମିତାଲି ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ବିମଳ ପ୍ରଧାନ ଏକ ଠେଙ୍ଗାରେ…
ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ-ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ଅବବାହିକାରେ ଚଢାଉ…