ଦୁଇ ବନ୍ଧୁକ ତିଆରି କାରଖାନା ଉପରେ ପୁଲିସର ଚଢ଼ାଉ – ୨ ଗିରଫ

ତାଳଚେର – ଘରେ ଦେଶୀ ବନ୍ଧୁକ ତିଆରି କରୁଥିବା ବେଳେ ଚଢ଼ାଉ କଲା ତାଳଚେର ପୁଲିସ । ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମରେ ହରିହର ମହାରଣା ଘର ଭିତରେ ଦେଶୀ ବନ୍ଧୁକ ତିଆରି କରୁଥିବା ନେଇ ତାଳଚେର ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁଲିସ ଏକ ଟିମ୍ ନେଇ ହରିହରଙ୍କ ଘରେ ଚଢ଼ାଉ କରିଥିଲା । ଚଢ଼ାଉ କରି ବନ୍ଧୁକ ତିଆରିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ସହ ବନ୍ଧୁକ ତିଆରି କରୁଥିବା ଅଭିଯୁକ୍ତ ହରିହର ମହାରଣା କୁ ଗିରଫ କରା ଯାଇଛି ।

ସେହିଭଳି ରେଙ୍ଗାଳି ଥାନା ଅଞ୍ଚଳରେ ମଧ୍ୟ ଆଉ ଏକ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି । ବେହେରାଭୂଇଁ ଗାଁରେ ଚଢ଼ାଉ କରି ପୁଲିସ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବନ୍ଧୁକ ତିଆରି କରୁଥିବା ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଆର୍କିଳ ପଞ୍ଚାୟତ ବେହେରାଭୂଇଁ ଗ୍ରାମର ରାଜନ କିସାନ ବୋଲି ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *