ଚୋରି ଆଉ ହଜିଥିବା ମୋବାଇଲ ବାଣ୍ଟିଲା ପୁଲିସ

ଅନୁଗୁଳ – ହାଟକୁ ଯାଇଥିବା ବେଳେ ମୋବାଇଲ ଚୋରି ହୋଇ ଯାଇଥିଲା । ରାସ୍ତାରେ ଗଲାବେଳେ ମୋବାଇଲ ପଡି ଯାଇଥିଲା । ଏଭକି ଅନେକ ଅଭିଯୋଗ ବିଭିନ୍ନ ଥାନାରେ ହୋଇଥିଲା । ଏଭକି ଅଭିଯୋଗକୁ ଗମ୍ଭୀରତାର ସହ ନେଇଥିଲା ଅନୁଗୁଳ ପୁଲିସ । ମୁଖ୍ୟତଃ ଅନୁଗୁଳ ଜିଲ୍ଲାରେ ରାହୁଲ ଜୈନ ଏସ୍.ପି. ଭାବେ ଯୋଗ ଦେବା ପରେ ଏ ସମ୍ପର୍କରେ ସିଧାସଳଖ ଅଭିଯୋଗ କରିବାକୁ ଏକ ହ୍ଵାଟସଆପ ନମ୍ବର ଜାରି କରିଥିଲେ । ଯାହା ଫଳରେ ଲୋକ ତୁରନ୍ତ ଏବଂ ସହଜରେ ମୋବାଇଲ ଚୋରି ଆଉ ହଜିବା ନେଇ ଅଭିଯୋଗ କରିଥିଲେ । ଆଉ ଅଭିଯୋଗ ପାଇବା ପରେ ଗୁରୁତ୍ୱର ସହ ପୁଲିସ ତଦନ୍ତ କରିଥିଲା । ଆଉ ଶେଷରେ ବର୍ତ୍ତମାନ ସୁଦ୍ଧା  ୧୨୫ ଟି ମୋବାଇଲ ଉଦ୍ଧାର କରି ପାରିଛି । ଆଉ ମଙ୍ଗଳବାର ଏଥିପାଇଁ ଅନୁଗୁଳ ପୁଲିସ ମୋବାଇଲ ହସ୍ତାନ୍ତର ମେଳା ଆୟୋଜନ କରି ଅନେକ ଲୋକଙ୍କ ସେମାନଙ୍କ ମୋବାଇଲ ଫେରସ୍ତ କରିଛି ।

ଅନୁଗୁଳର ଜିଲ୍ଲା ପୁଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ସବୁକୁ ସେମାନଙ୍କର ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ IG ସତ୍ୟବ୍ରତ ଭୋଇ, ଅନୁଗୁଳ SP ରାହୁଲ ଜୈନ ସାମିଲ ହୋଇଥିଲେ । ଏଠାରେ ଉଦ୍ଧାର କରାଯାଇଥିବା ୧୨୫ ରୁ ଅଧିକ ସ୍ମାର୍ଟ ଫୋନ୍ ଗୁଡିକର ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଥିଲା। ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍‌ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ମୋବାଇଲ୍ ଫୋନ୍ ଗୁଡ଼ିକର ସଫଳ ଉଦ୍ଧାର ପାଇଁ ପୁଲିସ ଷ୍ଟେସନ୍‌ର ଅଧିକାରୀଙ୍କ ପ୍ରୟାସ ଏବଂ ଅନୁଗୋଳ ଜିଲ୍ଲା ପୁଲିସ ସାଇବର ସେଲ୍‌ର କର୍ମଚାରୀଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇ ପାରିଥିଲା ।

Advertisement

Leave a Reply

Your email address will not be published. Required fields are marked *