ଆଞ୍ଚଳିକ ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) Angul OnlineDecember 9, 2022December 9, 2022 ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଆଇଜି (ଟ୍ରେନିଂ) ଏସ୍. ସାଇନି ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ପୁଲିସ ପ୍ରଶିକ୍ଷଣର ଅନ୍ତୁଡ଼ିଶାଳ କୁହାଯାଉଥିବା ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ଶେଷ ଥର ପାଇଁ ୨୦୦୫ରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ତେବେ ମଝିରେ କନଷ୍ଟେଳରୁ ପଦନ୍ନୋତି ପାଇ ଏଏସ୍ଆଇ ହୋଇଥିବା ଅଧିକାରୀଙ୍କ ପାସିଂ ଆଉଟ୍ ପରେଡ୍ ଏଠାରେ କରାଯାଇଥିଲା । ତେବେ ଦୀର୍ଘ ୧୭ ବର୍ଷ ପରେ ଏହି ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ଚଳଚଞ୍ଚଳ ହୋଇପଡ଼ିଛି। ସିଧାସଳଖ ପୁଲିସରେ ଭର୍ତ୍ତି ହୋଇଥିବା ୧୨୬ ଏସ୍ଆଇଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସାରିଥିବାରୁ ସ୍ବତନ୍ତ୍ର ଦୀକ୍ଷାନ୍ତ ସମାରୋହ ଏଠାରେ ଆୟୋଜନ କରାଯାଇ ଥିଲା । ଏଥିରେ ପାସ ଆଉଟ ହୋଇଥିବା ୭୮ ଜଣ ପୁରୁଷ ଓ ୪୮ ସମସ୍ତ ମହିଳା ଏସ ଆଇ ପାସ ଆଉଟ ହୋଇଥିବା ବେଳେ ଏମାନଙ୍କୁ ଖୁବ ଶିଗ୍ର ରାଜ୍ୟର ବିଭିନ୍ନ ଥାନାରେ ନିଯୁକ୍ତି ଦିଆଯିବ । ଏହି ପ୍ରଶିକ୍ଷାର୍ଥୀ ମାନେ ଭଲ ଭାବେ ତାଲିମ ନେଇଥିବା ବେଳେ ଏମାନଙ୍କ ମଧ୍ୟରେ ଦକ୍ଷତା ରହିଛି । ରାଜ୍ୟରେ ହେଉଥିବା ବିଭିନ୍ନ ଅପରାଧକୁ ଏମାନେ ରୋକିବାରେ ସଫଳ ହେବେ ବୋଲି ରାଜ୍ୟ ପୁଲିସ ମହାନିର୍ଦେଶକ କହିଛନ୍ତି । https://angulonline.com/wp-content/uploads/2022/12/VID-20221209-WA0001.mp4 Advertisement
ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ କଲୋନୀ…
ଆଦି ଶଙ୍କରାଚାର୍ଯ୍ୟ ପ୍ରାକଟ୍ୟ ଦିବସ ପାଳିତ ଅନୁଗୁଳ – ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଶୈଳ ଶ୍ରୀକ୍ଷେତ୍ର ସଦଭାବାନା ଭବନଠାର ଶିବାବତାର ଭଗବତ୍ପାଦ ଜଗଦଗୁରୁ ଶ୍ରୀମଦ୍ ଆଦି…
ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବିଧାୟକ ଅନୁଗୋଳ – ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ଆଜି ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ…