ସମସ୍ୟା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ – ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି Angul OnlineJune 16, 2023June 16, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ଅଂଚଳ 45ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକୁ ଛନ୍ତି । ସମଗ୍ର ଜିଲ୍ଲାରେ ଦିନକୁ ଆଠ ଘଣ୍ଟାରୁ ଉର୍ଦ୍ଧ ବିଦ୍ୟୁତ୍ କାଟ ଲାଗି ରହିଛି । ଲୋ ଭୋଲ୍ଟଜ ସାଙ୍ଗକୁ ବିଦ୍ୟୁତ୍ କାଟ ଲୋକଙ୍କ ଜୀବନଙ୍କୁ ଜର୍ଜରିତ କରିଛି । ଏହାକୁ ନେଇ ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଶୁକ୍ରବାର ଦିନ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଅନୁଗୋଳ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ବିଜେପି କାର୍ଯ୍ୟକର୍ତା ମାନେ ଘେରାଉ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଅନୁଗୋଳ ଜିଲ୍ଲା ବିଦ୍ୟୁତ୍ ଉତ୍ପାଦନ କରି ସମଗ୍ର ଦେଶକୁ ବିଦ୍ୟୁତ୍ ଯୋଗାଇ ଆଲୋକିତ କରୁଥିବା ବେଳେ ଜିଲ୍ଲା ବାସୀ ବିଜୁଳି ନପାଇ ଡହଳ ବିକଳ ହେବା ରାଜ୍ୟ ବିଜେଡି ସରକାରଙ୍କ ଅପାରଗତା ବୋଲି ପ୍ରକାଶ କରିଥିଲେ । ଏ ଅଂଚଳର ବିଧାୟକ ସାଂସଦ, ସମସ୍ୟା ସମାଧାନ କରିବା ପରିବର୍ତ୍ତେ ନିରବ କାହିଁକି ବୋଲି ପ୍ରଶ୍ନ କରିଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ସ୍ଥାନୀୟ ବିଧାୟକ ଓ ସାଂସଦ ଜିଲ୍ଲାବାସୀଙ୍କ ସମସ୍ୟାକୁ ନେଇ କେବେ ମୁଖ୍ୟମନ୍ତ୍ରୀକୁ ଭେଟିବେ ବୋଲି ପ୍ରଶ୍ନ କରିଛନ୍ତି । ଅନୁଗୋଳ ଜିଲ୍ଲାବାସୀ ଙ୍କୁ 24 ଘଣ୍ଟିଆ ବିଜୁଳି ଲୋ ଭୋଲ୍ଟେଜ ସମସ୍ୟାର ସମାଧାନ କରା ନଗଲେ ଆଗାମୀ ଦିନରେ ବିଜେପି ଦୁର୍ବାର ଆନ୍ଦୋଳନ କରିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଥିଲେ । ଆଜିର ଘେରାଉ କର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରଭାରୀ ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ,ଚନ୍ଦ୍ରକାନ୍ତ ଧଳ,ସମୀର ପରିଡାଙ୍କ ସମେତ ଶତାଧିକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ । Advertisement
ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି…
ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!! ଅନୁଗୋଳ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଟୁଛନ୍ତି ଆଉଟସୋରସିଂ କର୍ମଚାରୀ । ସକାଳରୁ ସଞ୍ଜ , ନିର୍ଘାତ ଖଟୁଛନ୍ତି । ଡ୍ୟୁଟିକୁ ଆସିବା ପରଠୁ ସାଧାରଣ ଲୋକ…
ପାଠ ପଢାଉ ନାହାଁନ୍ତି ଶିକ୍ଷକ – ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ହିଂସ୍ରିଡା ପ୍ରାଥମିକ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ସୁଚନା ଅନୁସାରେ…