ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ – ଛାଡ ହେଵ ଫିସ

ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ – ଛାଡ ହେଵ ଫିସ

ତାଳଚେର – ମହାମାରୀ କରୋନାରେ ଅଭିଭାବକଙ୍କୁ ମାତ୍ରାଧିକ  ଫି ନେଇ ଜୁଲମ କରୁଥିବା ଘରୋଇ ସ୍କୁଲ ଗୁଡ଼ିକୁ ପ୍ରଶାସନର ଛାଟ ପଡିଛି । ଆଜି ଏ ସଂକ୍ରାନ୍ତରେ  ତାଳଚେର ଉପଜିଲ୍ଲପାଳଙ୍କ ସଭାପତିତ୍ବରେ ଏକ ଉଚ୍ଚ ସ୍ତରୀୟ ଵୈଠକରେ ଅନୁଷ୍ଠିତ ହୋଇ ଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉଚ୍ଚତମ ନ୍ୟାୟାଳୟର ଗୁରୁତ୍ବ ପୂର୍ଣ୍ଣ ରାୟ ଅନୁଯାୟୀ ଟ୍ୟୁସନ୍ ଫି ବ୍ୟତିତ ଅନ୍ୟାନ୍ୟ ଆନୁଷଙ୍ଗିକ ଫିସ ନ ନେବାକୁ  ସ୍କୁଲ ଗୁଡ଼ିକୁ ନିର୍ଦ୍ଦେଶ ରହିଥିଲା । ବାର୍ଷିକ ଫି, ଆକ୍ଟିଭିଟି ଫି, ୟୁନିଫର୍ମ ଫି, ରିଆଡମିସନ୍‌ ଫି, ଡେଭଲପମେଣ୍ଟ ଫି ନଦେବାକୁ କୁହାଯାଇଥିଲା । କୋର୍ଟର ରାୟ ଓ ସରକାରଙ୍କ ନିର୍ଦ୍ଦେଶକୁ ତାଳଚେର ଅଞ୍ଚଳର  ଅଧିକାଂଶ ଘରୋଇ ସ୍କୁଲ ଫୁ କରି ଦେଉଛନ୍ତି । ଓଲଟା ବାର୍ଷିକ ଫି, ଟ୍ୟୁସନ୍‌ ଫି, ନଦେଲେ ପିଲାମାନଙ୍କୁ ପରୀକ୍ଷା , ଅନଲାଇନ୍‌ ପାଠ ପଢ଼ାରୁ ବଞ୍ଚିତ କରିବା ନେ଼ଇ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ନିକଟରେ ଡେରା ସ୍ଥିତ ଜଗନ୍ନାଥ କ୍ଷେତ୍ରର ଡି ଏଭି ସ୍କୁଲ , ହିଙ୍ଗୁଳା ଡି ଏଭି ସ୍କୁଲ, କଣିହାଁ ଡିଏଭି ସ୍କୁଲ ବହୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଟ୍ୟୁସନ୍‌ ଫି  ବ୍ୟତିତ ଅନ୍ୟ ଫି ଛାଡ଼ କରିବାକୁ ସ୍କୁଲକୁ ଯାଇଥିଲେ । ସ୍କୁଲର ଅଧ୍ୟକ୍ଷ କୌଣସି ପ୍ରକାର ଫି ଛାଡ଼ କରାଯିବ ନାହିଁ ବୋଲି ରୋକ ଠୋକ୍ ମନା କରି ଦେଇଥିଲେ । ଅଭିଭାବକ ମାନେ କୋର୍ଟ ନିର୍ଦେଶ , ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଦେଖାଇଥିଲେ ମଧ୍ୟ ସ୍କୁଲ ଅଧ୍ୟକ୍ଷ କିଛି ଶୁଣି ନଥିଲେ । ଫଳରେ ଅଭିଭାବକ ମାନେ ନିରାଶ ହେବା ସହ ବିଭିନ୍ନ ଅଭିଯୋଗକୁ ଆଧାର କରି ଉପଜିଲ୍ଲାପାଳ ଏ ନେଇ ଘରୋଇ ସ୍କୁଲ କତୃପକ୍ଷଙ୍କୁ ରାଜ୍ୟ ସରକାର ତଥା ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶକୁ କଡ଼ା କଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚତମ ନ୍ୟାୟାଳୟ ଆଇନ୍‌ ଓ ସରକାରଙ୍କ ପରାମର୍ଶକୁ ସମ୍ମାନ ଜଣାଇ ୨୦୨୦-୨୧ ବର୍ଷ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କେବଳ ଟ୍ୟୁସନ୍‌ ଫି  ବ୍ୟତିତ ଅନ୍ୟାନ୍ୟ ଆନୁଷଙ୍ଗିକ ରାଶି ବାଦ କରିବାକୁ ସହମତି ପ୍ରକାଶ କରିଛନ୍ତି ସମସ୍ତ ଡି ଏ ଭି ସ୍କୁଲ । ଯେଉଁମାନେ  କୋର୍ଟ ନିର୍ଦେଶକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ଉପସ୍ଥିତ ସମସ୍ତ ସ୍କୁଲ  ଅଧିକାରୀଙ୍କୁ ରୋକ୍ ଠୋକ୍ କହିଛନ୍ତି । ଆଉ ଉପଜିଲ୍ଲାପାଳଙ୍କ ଏହି ନିର୍ଦେଶକୁ ମାଣିବେ ବୋଲି ତାଳଚେର ଅଞ୍ଚଳରେ ଥିବା କଳିଙ୍ଗ ଡି ଏ ଭି , ଜଗନ୍ନାଥ ଡି ଏ ଭି, କଣିହାଁ ଡି ଏ ଭିର ଅଧ୍ୟକ୍ଷ ମାନେ କହିଛନ୍ତି ।  ଆଜିର ଏହି ଵୈଠକରେ କଳିଙ୍ଗ ଡି ଏ ଭି , ଜଗନ୍ନାଥ ଡି ଏ ଭି, କଣିହାଁ ଡି ଏ ଭି ସ୍କୁଲ୍ ର ଅଧକ୍ଷ , ଜିଲ୍ଲା ଅଭିଭାବକ ସଂଘର  ଅଧକ୍ଷ ସଂଜୀବ ପଟ୍ଟନାୟକ ଏଵଂ ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply