ମୁଖ୍ୟ ଖବର ମରଣାତ୍ମକ ଆକ୍ରମଣର ପ୍ରତିବାଦ – ଥାନାରେ ପକାଇଦେଲେ ତାଲା Angul OnlineNovember 2, 2021November 2, 2021 ଅନୁଗୁଳ – ଅନୁଗୁଳ ସଦର ମହକୁମାରେ ଗତ ସୋମବାର ବିଜୁ ଜନତା ଦଳର ତୈଳଦର ବୃଦ୍ଧି ପ୍ରତିବାଦରେ ଚାଲିଥିବା ଶୋଭାଯାତ୍ରାରେ ସ୍ଥାନୀୟ ରାଧାରମଣପଡ଼ା ଅଞ୍ଚଳର ବନିତା ସାହୁ ନାମକ ଜଣେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସେହି ରାଧାରମଣପଡାର ବିଜେପି ମହିଳା ମୋର୍ଚ୍ଚା ନାରୀ ନେତ୍ରୀ ମଞ୍ଜୁ ସାହୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଦେଖିବାକୁ ଆସିଥିବା ବେଳେ ବିଜୁ ଜନତା ଦଳର ନଗର ଉପ ସଭାପତି ଅବିନାଶ ପରିଡାଙ୍କ ସମେତ ଅନ୍ୟକର୍ମୀ ମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ମଞ୍ଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏ ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଗତକାଲି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା ତେବେ ଆକ୍ରମଣକାରୀ ଶାସକ ଦଳର ବିଧାୟକ ତଥା ଉପ ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ନିକଟତମ ହୋଇ ଥିବାରୁ ଦୀର୍ଘ ସମୟ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିଛି ବୋଲି ଅଭିଯୋଗ କରି ମଙ୍ଗଳବାର ଦିନ୧୧ ଟା ସମୟରେ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ସମୟ ଧରି ଘେରାଉ କରିବା ପରେ ମଧ୍ୟ ପୁଲିସର କୌଣସି ବରିଷ୍ଠ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ନ ଆସିବାରୁ ଥାନାର ମୁଖ୍ୟ ଫାଟକରେ ତାଲା ପକାଇ କାର୍ଯ୍ୟକର୍ତ୍ତା ମାନେ ଧାରଣାରେ ବସିଥିଲେ । ଦୀର୍ଘ ତିନି ଘଣ୍ଟା ପରେ ସଦର ଏସଡିପିଓ ଭବାନୀ ଶଙ୍କର ଉଦଗାତା ଏବଂ ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ପହଞ୍ଚି ବିଜେପି ନେତା ମାନଙ୍କ ସହ ଆଲୋଚନା କରିଥିଲେ । ବିଜେପି ପକ୍ଷରୁ ବିଜେଡି ରାଲିରେ ମୃତ୍ୟୁ ବରଣ କରିଥିବା ମହିଳା ବନିତା ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ବିଜେଡ଼ି କର୍ମୀ ମୁଖ୍ୟ ଅଭିଯୁକ୍ତ ଅବିନାଶ ସମେତ ସମସ୍ତଙ୍କୁ ଗିରଫ କରିବା ପାଇଁ ଲିଖିତ ଭାବେ ଦାବୀ କରାଯାଇଥିଲା । ଏସଡିପିଓ ମୁଖ୍ୟ ଅଭିଯୁକ୍ତ ମେଡ଼ିକାଲରୁ ବାହାରିଲା ପରେ ତୁରନ୍ତ ଗିରଫ କରାଯିବା ସହ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତିପୂରଣ ବିଷୟରେ ସରକାରଙ୍କୁ ଜଣାଇବୁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଯୁବମୋର୍ଚା ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁ , ସଂଘମିତ୍ରା ପ୍ରଧାନ, ରୋଜା ଲୀନ ଦାସ, ସୁଜାତା ଦାସ, ନମିତା, ଦଳ ବେହେରା, ସମୀର ପରିଡା , ପୁରୁଷୋତ୍ତମ ନାୟକ , ବିଶ୍ୱଜିତ ମିଶ୍ର , ସୋମନାଥ ରାଉତ , ଚନ୍ଦ୍ରକାନ୍ତ ଧଳ , ମମତା ମହାପାତ୍ର , ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ଶେଖ ମୁଜ଼ାହୁଦିନ , ଏମ୍ ଡି ସବୀର , ସିଦ୍ଧାର୍ଥ ରାଉତରାୟ,ତିଲତମା ସାମନ୍ତ, ଲିମରାଣୀ ବେହେରା, ମାଧବି ମହାପାତ୍ର ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନ ନେଲେ ବିଜେପି ଆନ୍ଦୋଳନକୁ ତୀବ୍ର କରିବ ବୋଲି ଜିଲ୍ଲା ସଭାପତି ସ୍ପଷ୍ଟ ଭାବେ ପୋଲିସ ପ୍ରଶାସନକୁ ଜଣାଇଛନ୍ତି । Advertisement
ତୁରନ୍ତ ଜାତୀୟ ରାଜପଥ ମରାମତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଅଁରପାଳ ଠାରେ ଏହି ରାଜପଥରେ ଆଣ୍ଠୁଏ ଲେଖାଏଁ…
ବିବାହ ପରେ ପରେ କନ୍ୟା ଫେରାର କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି…
ଭିଜିଲାନ୍ସ କବଜାରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର RWSS ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି…