ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକର ଛେଣ୍ଡିପଦା ସରଂକ୍ଷିତ ଜଙ୍ଗଲରେ ଗଛ କଟାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସରକାର ଓ ପ୍ରଶାସନର କମ୍ପାନୀ ପ୍ରୀତି ଯୋଗୁଁ ଲକ୍ଷାଧିକ ଗଛ ବଳି ପଡିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏହି ଅସନ୍ତୋଷ ଦେଖା ଦେବା ସହିତ ସିଙ୍ଗରାଣୀ କମ୍ପାନୀର ଖୋଲା କୋଇଲା ଖଣି ନିମନ୍ତେ ପରିବେଶ ପ୍ରଦୂଷଣ ଜଳାଞ୍ଜଳି ଦେଇ ଗଛକଟା ବିରୋଧରେ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚର ଡାକରାରେ ଲୋକ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଏହି ଆନ୍ଦୋଳନରେ ଛେଣ୍ଡିପଦା ବିକାଶ ସମିତି, କଂଗ୍ରେସ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନର ସାମିଲ ହୋଇ ସରକାରଙ୍କୁ ସମାଲୋଚନା କରିଥିଲେ l ସୂଚନା ଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ଏବେ ପ୍ରଦୂଷଣର ବଳୟ ରେ ଛନ୍ଦି ହୋଇ ରାଜ୍ୟରେ ୧ନଂରେ ରହିଥିବା ବେଳେ ଆଗକୁ ଜିଲ୍ଲାରେ ଆହୁରି ଖଣି ଖଦାନ ହେବାକୁ ଯାଉଛି । ଯାହାକୁ ନେଇ ଚିନ୍ତାରେ ଜିଲ୍ଲାବାସୀ l ମୁଖ୍ୟତଃ ଜିଲ୍ଲାର ଛେଣ୍ଡିପଦାରେ ଖୋଲା କୋଇଲା ଖଣି ପାଇଁ ଗଛ କଟା ଆରମ୍ଭ ହୋଇ ଗଲାଣି । ଯାହାକୁ ବିରୋଧ କରିଛନ୍ତି ଲୋକ । ଛେଣ୍ଡିପଦା ଅଞ୍ଚଳରେ ସିଙ୍ଗରାଣୀ କମ୍ପାନୀ ଖଣି କରିବା ପାଇଁ ଓଏଫଡ଼ିସି ପକ୍ଷରୁ ଗଛ କଟା ଆରମ୍ଭ କରିଛି । ଏହି ଖଣି ପାଇଁ ଛେଣ୍ଡିପଦା ଜଙ୍ଗଲରୁ ପ୍ରାୟ ୧ ଲକ୍ଷ ୬ ହଜାର ଗଛ କାଟିବାକୁ ପ୍ରଶାସନ ଓ ସରକାର ଅନୁମତି ଦେଇଛନ୍ତି । ତେବେ ଏତେ ସଂଖ୍ୟକ ଗଛ କାଟିଦେଲେ ଛେଣ୍ଡିପଦାର ପ୍ରଦୂଷଣ ମାତ୍ର ଯାହା ଅଛି ତାହା ଆଗକୁ ବହୁ ମାତ୍ରାରେ ବଢିଯିବ । ଏଥିପାଇଁ ଆନ୍ଦୋଳନକୁ ଓଲ୍ହାଇଛି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ । ଯାହାକୁ ସମର୍ଥନ ଦେଇଛି ବିଜେଡି ଓ କଂଗ୍ରେସ । ଏହି ଗଛ କଟା ପ୍ରତିବାଦରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ ଜନସାଧାରଣ ଶନିବାର ଛେଣ୍ଡିପଦା ହାଟପଦା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଗଛ କଟା ଯାଉଥିବା ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମା ପାଇଁ ଗଛଟିଏ ନାରା ଦେଇ ଥିଲେ । ଏବେ ସେହି ସରକାର ଲକ୍ଷ ଲକ୍ଷ ବଡ଼ ବଡ଼ ଗଛ କାଟିବାକୁ ଅନୁମତି ଦେଇ ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ପ୍ରଦୂଷଣର ମାତ୍ରା ଯେଉଁଠି ଢେର ଅଧିକ ସେହି ଅଞ୍ଚଳରେ ଗଛ ଲଗାଇବା ପ୍ରତିବଦଳରେ ଗଛ କାଟିଲେ ଅଞ୍ଚଳବାସୀଙ୍କ ଉପରେ ଏହାର ପ୍ରଭାବ ପଡିବ । ତଥାପି କମ୍ପାନୀ ପ୍ରୀତି ଯୋଗୁଁ ସରକାର ଓ ପ୍ରଶାସନ ଯେଉଁଭଳି ଭାବେ ଗଛ କଟାକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ଅକ୍ଷମଣୀୟ । ଏଥିପାଇଁ ଆଜି ଯେଉଁ ଆନ୍ଦୋଳନ ହୋଇଛି ତାହା ସେତିକିରେ ସରି ଯିବ ନାହିଁ । ଆଗକୁ ଆନ୍ଦୋଳନ ଆହୁରୀ ତୀବ୍ରତର ହେବ ଆଉ ଗୋଟିଏ ବି ଗଛ କାଟିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦୋଳନରେ ଛେଣ୍ଡିପଦା ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗଦେଇ ତୀବ୍ର ବିରୋଧ କରିବା ସହିତ ବିଜେଡି ସରକାର ସମୟରେ ପରିବେଶ ପ୍ରଦୂଷଣକୁ ଆଖିଆଗରେ ରଖି ଖଣି ପାଇଁ ଅନୁମତି ଦିଆଯାଇନଥିଲା । କିନ୍ତୁ ବିଜେପି ସରକାର ଆସିବାର ଏକ ମାସ ପରେ ଗଛ କଟାକୁ ଅନୁମତି ଦେଇଥିବା ପ୍ରକାଶ କରିବା ସହିତ ବିଜେପିକୁ କଡା ସମାଲୋଚନା କରିଥିଲେ l କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ଦୀର୍ଘ ୭୫ବର୍ଷଧରି ଜଗି ରହିଥିବା ଏହି ଜଙ୍ଗଲକୁ ବେଆଇନ ଭାବେ ସିଙ୍ଗରାଣୀ କମ୍ପାନୀକୁ ସରକାର ଟେକିଦେଇଛନ୍ତି l ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର ଜଙ୍ଗଲ ଜମିକୁ ସରକାର ଛଡାଇ ନେଇଛନ୍ତି l ଯେ ପର୍ଯ୍ୟନ୍ତ ଗଛକଟା ବନ୍ଦ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ l ତାଳଚେର ଅନୁଗୁଳ ବଞ୍ଚାଅ ଆନ୍ଦୋଳନର ଆବାହକ ଜଗଦାନନ୍ଦ ପ୍ରଧାନ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରଙ୍କର ଜଙ୍ଗଲ ଜମି ଲୁଟ କରି ଛେଣ୍ଡିପଦାରେ କୋଇଲା ଖଣି କରିବାକୁ ଯାଉଛନ୍ତି l ଖୁବ ଶୀଘ୍ର ଛେଣ୍ଡିପଦାରେ ୧୬ଟି କୋଇଲା ଖଣି ପ୍ରତିଷ୍ଠା ହେବ l ତାଳଚେର କୋଇଲା ଖଣି ହୋଇ ପ୍ରଦୂଷଣରେ ଆକ୍ରାନ୍ତ ହୋଇ ଲୋକ ମରୁଛନ୍ତି l ଛେଣ୍ଡିପଦାରେ କୋଇଲା ଖଣି ବନ୍ଦ ନ ହେଲେ ତାଳଚେର ପରିବାର ଅବସ୍ଥା ଦେଖିବାକୁ ମିଳିଵ l ଏଠି ଅମ୍ଳଜାନ ବଦଳରରେ ଲୋକଙ୍କୁ ଧୂଳିଧୂଆଁ ଖାଇ ରୋଗାକ୍ରାନ୍ତ ହେବେ l ସରକାର ଏହି ଏଠି ଗଛକଟାକୁ ବନ୍ଦ କରି ସବୁଜ ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଛନ୍ତି l ପରିବେଶ କର୍ମୀ ବିଶ୍ୱଜିତ ରାୟ କହିଛନ୍ତି ଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ସିଙ୍ଗରାଣୀ କମ୍ପାନୀ ପକ୍ଷରୁ ଏଠି ଗଛ କଟା ଚାଲିଛି l ଏହି ଗଛକୁ ଛେଣ୍ଡିପଦାବାସୀ ଦୀର୍ଘ ୭୫ବର୍ଷ ପରିଶ୍ରମ ପରେ ଏତେବଡ଼ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି l ଅଞ୍ଚଳବାସୀ ଖୁସିରେ ଅଛନ୍ତି l କେନ୍ଦ୍ର ସରକାର ମା ପାଇଁ ଗଛଟିଏ ନାରା ଦେଉଛନ୍ତି କିନ୍ତୁ ଗଛ କାଟିବାକୁ ଅନୁମୋଦନ କରୁଛନ୍ତି l ଏହା ଅତି ନିନ୍ଦନୀୟ ଘଟଣା l ଏହା କଦାପି କରାଇ ଦିଆଯିବ ନାହିଁ l ଯେ ପର୍ଯ୍ୟନ୍ତ ଗଛକଟା ବନ୍ଦ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି l
Recent News
କୋଭିଡ କଟକଣା ଉଲ୍ଲଘଂନ କରି ଅଟକ ରହିଲେ ୪ ପୂଜକ
ତାଳଚେର – କୋଭିଡ କଟକଣା ନ ମାନିବା ମନ୍ଦିର ପୂଜକଙ୍କୁ ମହଙ୍ଗା ପଡିଛି । ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଥାନାରେ ଅଟକ ରଖିଲା…
ବଦଳିଲେ ନିର୍ବାହୀ ଅଧିକାରିଣୀ
ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…
ବହୁ ଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅମିତାଭର କର୍କଟରେ ମୃତ୍ୟୁ – ୨୨ ବର୍ଷ ଧରି କାଟୁଥିଲା ସଜା
କଟକ – ଦୀର୍ଘ ୨୨ବର୍ଷ ଧରି ବଳାତ୍କାର ଓ ହତ୍ୟା ମାମଲାରେ ସଜା କାଟୁଥିବା ଅନୁଗୁଳର ବହୁଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ଆସାମୀ ଅମିତାଭ ଦାସର ମୃତ୍ୟୁ ହୋଇଛି…