ପାଣି ଯୋଗାଣ ଦାବିରେ ଆନ୍ଦୋଳନ

ପାଣି ଯୋଗାଣ ଦାବିରେ ଆନ୍ଦୋଳନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତବାସୀ ୫ ଦିନ ହେଲା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି ପାଇପ୍ ଲାଇନରେ ପାଣି ଆସୁ ନଥିବାରୁ ଲୋକେ ଏହି ଅସୁବିଧା ଭୋଗ କରୁଛନ୍ତି । ଏଥିପାଇଁ ପଞ୍ଚାୟତର ସମସ୍ତ ମହିଳା ମାନେ ପାଣି ଯୋଗାଣ ହେଉଥିବା ପମ୍ପ ହାଉସକୁ ଘେରାଉ କରିଥିଲେ । ସୂଚନା ଅନୁସାରେ ତୁରଙ୍ଗ ପଞ୍ଚାୟତବାସୀ ପାଇପ୍ ଯେଗେ ପାନୀୟ ଜଳ ଯୋଗାଣ ଉପରେ ନିର୍ଭର କରନ୍ତି । ହେଲେ ଗତ ୫ ଦିନ ହେବ ପାଇପ୍ ଲାଇନ ଯୋଗେ ପାଣି ଯୋଗାଣ ହେଉନାହିଁ । ଯାହା ଫଳରେ ପଞ୍ଚାୟତବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ମହିଳା ମାନେ ଏହି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣକରି ପମ୍ପ ହାଉସକୁ ଘେରାଉ କରିଥିଲେ । ତେବେ ଏ ନେଇ ପମ୍ପ ଚାଳକଙ୍କୁ ପଚାରିବାରୁ ପମ୍ପ ହାଉସର ବିଦ୍ୟୁତ୍ ବିଲ ପୈଠ କରାଯାଇ ନଥିବାରୁ ବିଦ୍ୟୁତ୍ ବିଭାଗ ଆସି ବିଦ୍ୟୁତ୍ ସେବାକୁ ବନ୍ଦ କରି ଦେଇଛି । ଏଥିପାଇଁ ପାଣି ଯୋଗାଣ ହେଇ ପାରୁ ନାହିଁ ବୋଲି କହିଛନ୍ତି । ତେବେ ଆଗାମୀ ୨ ଦିନ ମଧ୍ୟରେ ଯଦି ପାଇପ୍ ଲାଇନରେ ପାଣି ଯୋଗାଇ ଦିଆ ନ ଯାଏ ତା’ ହେଲେ ମହିଳାମାନେ ରାଜ ରାସ୍ତାକୁ ଉଲ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply