ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ

ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ

ଅନୁଗୁଳ – ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଗୁଜରାଟ ଓ ଭାରତ ସରକାର ଆଧୁନିକୀକରଣ ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଯାହାକୁ ବିରୋଧ କରି ବାଜିରାଉତ  ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ମିଳିତ ଆନୁକୂଲ୍ୟରେ ଅନୁଗୁଳ ଗାନ୍ଧୀ ପାର୍କରେ ପ୍ରତିବାଦ ଓ ସର୍ବଧର୍ମ ପ୍ରାଥନା  ଆୟୋଜିତ ହୋଇଥିଲା । ଆଶ୍ରମର ନବୀକରଣ  ପାଇଁ ୧୨୪୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । ବାପୁଙ୍କର ଏହି ସୁପ୍ରସିଦ୍ଧ ଆଶ୍ରମର ସୁପରିଚାଳନା ନିମନ୍ତେ ଗାନ୍ଧୀବାଦୀମାନଙ୍କ ପକ୍ଷରୁ ପାଞ୍ଚଗୋଟି ଟ୍ରଷ୍ଟ ଥିବା ସତ୍ତ୍ୱେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ନୂଆ ଟ୍ରଷ୍ଟ ଗଠନ କରା ଯାଇଛି ମହାତ୍ମା ଗାନ୍ଧୀ ସରଳତା ଓ ସେବାର ଅନନ୍ୟ ପ୍ରତୀକ । ମହାତ୍ମା ଭାରତୀୟମାନଙ୍କ ସେବକ ବୋଲି ନିଜକୁ କହୁଥିଲେ ଓ ସବୁଠୁ ଗରୀବ ଭାରତୀୟ ମାନଙ୍କ ପରି ଚଳିବା ପାଇଁ ଛୋଟ କପଡ଼ା ପିନ୍ଧିବା ଠାରୁ ଆରମ୍ଭ କରି କୁଡ଼ିଆ ଘରେ ରହୁଥିଲେ । ଅପରପକ୍ଷେ ସରକାରମାନେ ଗରୀବ ଭାରତୀୟ ମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପରିବର୍ତ୍ତେ ଏହି ବିଶ୍ୱମାନବଙ୍କ ଛୋଟ କୁଟୀରକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରି ସେଥିରୁ ଅର୍ଥ ଆଦାୟ ପାଇଁ ଯୋଜନା ନିନ୍ଦନୀୟ । ଭାରତରେ ବର୍ତ୍ତମାନ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ୧୨ କୋଟି ବୋଲି ଭାରତ ସରକାରଙ୍କ ରିପୋର୍ଟ କହୁଛି । ସେହିପରି ଭାରତରେ ପ୍ରତିଦିନ ଅଠର କୋଟି ଲୋକ ଭୋକିଲା ଶୋଉଛନ୍ତି । ସରକାର ଦେଶର ଏହି ଅନ୍ତିମ ମଣିଷ ମାନଙ୍କ ଉନ୍ନତି ପାଇଁ ଚିନ୍ତିତ ଥିବା ପରି ଦେଖା ଯାଉନାହିଁ । ଅନ୍ୟ ଦୃଷ୍ଟିରୁ ଦେଖିଲେ ଦେଶର ସ୍ୱାଧୀନତା ଆନ୍ଦୋଳନର ଇତିହାସ, ଭାରତର ଧର୍ମ ନିରପେକ୍ଷତା ଆଦିକୁ ନଷ୍ଟ କରିଦେବା ଲାଗି ଏହି ସରକାରଙ୍କ ପ୍ରୟାସ ବାବଦରେ କାହାକୁ ଅଛପା ନାହିଁ । ଆଜିର ଏହି ପ୍ରତିବାଦ ସଭାରେ ବାଜି ରାଉତ ଛାତ୍ରାବାସର ସଭାପତି କୃଷ୍ଣା ମହାନ୍ତି , ଉତ୍କଳ ନବଜୀବନ ମଣ୍ଡଳର ସମ୍ପାଦକ ମୁରଲିଧର ମୂଲିଆ , ରାଷ୍ଟ୍ରୀୟ ଯୁବା ସଂଗଠନ ସୂର୍ଯ୍ୟନାରାୟଣ ନାଥ , ଅଦ୍ୟାଶ୍ଲୋକ ମିଶ୍ର , ଇଂ ଧନେଶ୍ୱର ସାହୁ , ଆଇନଜୀବୀ ଦିଲୀପ ଦାସ , ଭାବଗ୍ରାହୀ ନାୟକ , କୈଳାସ ସାହୁ , ଅଜୟ ସାହୁ , ରଞ୍ଜିତ ଦେହୁରୀ , ରଶ୍ମୀରଞ୍ଜନ ସାହୁ , ଲିପିକା ମହାପାତ୍ର , ମାମାଲି ଗଡ଼ନାୟକ , ଅନିରୋଧ ନାୟକ ଆଦି ସବୁ ଉପସ୍ଥିତ ଥିଲେ

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply