ମୁଖ୍ୟ ଖବର ରାଜପଥ ଦୂରାବସ୍ଥା ପାଇଁ ପ୍ରତିବାଦ – ଚାରି ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ Angul OnlineMarch 3, 2022March 3, 2022 ଅନୁଗୁଳ – କଟକରୁ ସମ୍ବଲପୁର ସଂଯୋଗ କରିଛି ଜାତୀୟ ରାଜପଥ ୫୫ । ଏହି ରାଜପଥ ଉପରେ ଦୈନଦିନ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ହେଲେ ଏହି ରାଜପଥ ଏବେ ମୃତ୍ୟୁର ପଥ ପାଲଟି ଯାଇଛି । ଦୀର୍ଘ ବର୍ଷ ହେଲା ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତା ସାରା ଆଣ୍ଠୁଏ ଲେଖାଏଁ ଖାଲ । ମରାମତି ହେଉନାହିଁ । କେବେ କେବେ କାମଚଳା ମାଟି କିମ୍ବା ପାଉଁଶ ପକେଇ ଦିଆ ଯାଉଛି । ଯାହାକି ଗୋଟିଏ ଦିନରେ ଦବି ଯାଉଛି ନହଲେ ବର୍ଷାରେ ଧୋଇ ହୋଇ ଯାଉଛି । ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ଏହି ରାଜପଥରେ ଅନେକ ଭାରିଯାନ ଯିବା ଆସିବା କରୁଛି । ହେଲେ ଖାଲଖମା ଯୋଗୁଁ ହେଲେ ଗନ୍ତବ୍ୟ ସ୍ଥଳରେ ସଠିକ ସମୟରେ ପହଂଚି ପାରୁ ନାହାନ୍ତି । ଆଉ ରାଜପଥର ଏଭଳି ଅବସ୍ଥା ଯୋଗୁଁ ଦୁର୍ଘଟଣାର ହାର ମଧ୍ୟ ବଢୁଛି । ଅନେକ ଲୋକଙ୍କ ଜୀବନ ହାନୀ ହେଉଛି । ହେଲେ ରାଜପଥ ମରାମତି କରା ଯାଉ ନାହିଁ । ଯାହାର ପ୍ରତିବାଦରେ ଆଜି ଜାତୀୟ ରାଜପଥ ଅବରୋଧ କରା ଯାଇଥିଲା । ବଅଁରପାଳ ଠାରେ ସକାଳ ୬ ରୁ ୧୦ ଟା ପର୍ଯ୍ୟନ୍ତ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରା ଯାଇଥିଲା । ଯାହାକୁ ସ୍ଥାନୀୟ ବଜାର କମିଟି ସମେତ ତାଳଚେର ଓ ଅନୁଗୁଳବାସୀ ସମର୍ଥନ କରିଥିଲେ । ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଓ ଢେଙ୍କାନାଳ ଦେଇ ଯାଇଥିବା ବେଳେ ଏହି ଦୁଇ ଜିଲ୍ଲାରେ ରାସ୍ତାର ଅବସ୍ଥା ବେଶ ଖରାପ । ଏହି ୨୬୫ କିମିର ରାଜପଥକୁ ୪ ଲାଇନ ବିଶିଷ୍ଟ କରିବା ପାଇଁ ଏହାର ପ୍ରଶସ୍ତୀକରଣ କରାଯାଉଛି । ୨୦୧୮ରେ ଏହି ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥିଲାବେଳେ ୨୦୨୦ ମସିହା ସେପ୍ଟେମ୍ବର ସୁଦ୍ଧା ଏହା ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । କଟକ-ସମ୍ବଲପୁର ଏହି ରାଜପଥକୁ ୩ଟି ଭାଗରେ ବିଭକ୍ତ କରି ପ୍ରାୟ ୩୫୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । କଟକରୁ ଅନୁଗୁଳ ମଧ୍ୟରେ ଥିବା ରାସ୍ତାକୁ ଦୁଇଟି ଭାଗରେ ବିଭକ୍ତ ହୋଇଥିଲାବେଳେ ଅନୁଗୁଳରୁ ସମ୍ବଲପୁରକୁ ଗୋଟିଏ ଭାଗ କରାଯାଇଥିଲା । କଟକ-ଅନୁଗୁଳ ରାସ୍ତା ପାଇଁ ୧୯୯୦ କୋଟି ଟଙ୍କା ବଜେଟ୍ ରହିଥିଲାବେଳେ ଅନୁଗୁଳ-ସମ୍ବଲପୁର ରାସ୍ତା ପାଇଁ ୨୪୯୧ କୋଟି ଟଙ୍କାର ବଜେଟ ରହିଥିଲା । ହେଲେ ଆରମ୍ଭରୁ ଏହି କାମ ବିଳମ୍ବିତ ହୋଇ ଚାଲିଥିଲା । ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇ ନ ପାରିବାରୁ ସାଧାରଣ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ରାଜପଥ ପାଇଁ ଅନେକ ଦିନରୁ ଜମି ଯୋଗାଇ ଦେଇ ସାରିଲେଣି । ହେଲେ ଠିକା ନେଇଥିବା ଏଜେନ୍ସି କାମରେ ଆହେତୁକ ବିଳମ୍ବ କରୁଛି । ରାଜପଥର ଏଭଳି ଅବସ୍ଥା ପାଇଁ କାମ ନେଇଥିବା ଏଜେନ୍ସି ଏଥିପାଇଁ ଦାୟୀ ବୋଲି କହିଛନ୍ତି ସାଂସଦ ମହେଶ ସାହୁ । ଏହାର ପ୍ରତିବାଦରେ ଆଜି ପ୍ରତୀକାତ୍ମକ ଆନ୍ଦୋଳନ କରା ଯାଇଥିବା ବେଳେ ଅବସ୍ଥାରେ ସୁଧାର ନ ଆଣିଲେ ଭବିଷ୍ୟତରେ ଆନ୍ଦୋଳନକୁ ତୀବ୍ରତର କରାଯିବ । ଏପରିକି ଅନୁଗୁଳ ଜିଲ୍ଲାରୁ ବାହାରକୁ କୋଇଲା ରପ୍ତାନି ଠପ କରି ଅର୍ଥନୈତିକ ଅବରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ତେଣୁ ତୁରନ୍ତ ଏହି ରାସ୍ତା ଶେଷ କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଥିଲା । ତେବେ ଆନ୍ଦୋଳନ ସ୍ଥଳରେ ଅନୁଗୁଳ ପ୍ରଶାସନିକ ଅଧିକାରୀ ଓ ଏନଏଚଆଇର ଅଧିକାରୀ ପହଞ୍ଚି ଆସନ୍ତ ମାର୍ଚ୍ଚ ୧୪ ତାରିଖରୁ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । Advertisement
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…
କଣ୍ଟେନର ଧକ୍କାରେ ଶିକ୍ଷକ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି ପଟ ରାସ୍ତାରେ ନିଜ ସ୍କୁଟିରେ …
ଡାକ୍ତରଙ୍କ ଘରୁ ଟଙ୍କା ଓ ସୁନା ଚୋରି – ରୋଷେୟା ଗିରଫ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗଡ଼ସାହିର ଅବସରପ୍ରାପ୍ତ ଡ଼ାକ୍ତର ଅକ୍ଷୟ କୁମାର ସିଂଙ୍କ ଘରୁ ଟଙ୍କା , ସୁନା ଚୋରି ଘଟଣାର…