ମୁଖ୍ୟ ଖବର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ Angul OnlineJune 8, 2023June 8, 2023 ଅନୁଗୋଳ – ଅନୁଗୋଳ ସହରର ବଜାରରେ ବିଭିନ୍ନ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଧନଞ୍ଜୟ ବେହେରାଙ୍କ ନେତୃତ୍ଵରେ ଖାଦ୍ୟ ସୁରକ୍ଷା ଅଧିକାରୀ ହର ପ୍ରିୟା ବେହେରା, ଏମ୍ଏସ୍ ନୀଳାମ୍ବର ପ୍ରଧାନ, ଅବକାରୀ ଅଧିକାରୀ ଓ ପୋଲିସ ଅଧିକାରୀ ଏହି ଚଢ଼ାଉରେ ସାମିଲ ରହିଥିଲେ । ଖାଦ୍ୟ ନିରାପତ୍ତା ପାଇଁ ମୋଟ ୫,୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ତମାଖୁ ପାଇଁ ୬୫୦ ଟଙ୍କା ଆଦାୟ କରାଯାଇଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ , ବସ୍ଷ୍ଟାଣ୍ଡ, ଅମଲାପଡ଼ା, ଏନ୍ଏଚ ପାର୍ଶ୍ବ ଦୋକାନ ଗୁଡିକରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏହି ଚଢାଉ ଜାରି ରହିବ ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ ଧନଞ୍ଜୟ ବେହେରା କହିଛନ୍ତି । Advertisement
ବିଦ୍ୟୁତ କର୍ମଚାରୀଙ୍କୁ ମାଡ ମାରି ଗିରଫ ହେଲେ ହୋଟେଲ ମାଲିକ ଅନୁଗୁଳ – ଚୋରୀ କରି ବିଦ୍ୟୁତ ବ୍ୟବହାର କରୁଥିଲେ , ଆଉ ସେହି ବେନିୟମ ବିଦ୍ୟୁତ କନେକସନ କାଟିବାକୁ ଯାଇଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ,…
ଦୁର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।…