ଛେଣ୍ଡିପଦା – ଅନୁଗୁଳ ଜିଲ୍ଲ ଛେଣ୍ଡିପଦା ତହସିଲର କଙ୍କରାଇ ଗ୍ରାମ ପଂଚାୟତର ପିଢଖମଣ ଠାରେ ଗୁରୁବାର ପ୍ରସ୍ତାବିତ ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ମେସର୍ସ ମହାନଦୀ କୋଲ ଫିଲ୍ଡସ ଲିମିଟେଡ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ତାଲଚେର ତହସିଲ ଅନ୍ତର୍ଗତ କଙ୍କରେଇ ,ପିଢଖମଣ ,ବାଲିଚନ୍ଦ୍ରପୁର ,ରାଇଝରଣ ,କାଉଁସିଢିପ,ଗୋଳାଗାଡିଆ ,ଛୋଟବେରେଣି ,କୁମୁଣ୍ଡା ,ଭାଲୁଗାଡିଆ ,ବାଘୁଆବୋଲ ଏବଂ ଜୟପୁର ସଂରକ୍ଷିତଜଙ୍ଗଲ ଅଂଚଳରେ ୧୧୧୧.୮୫ ହେକ୍ଟର ପରିମିତ ଜାଗାରେ ଖୋଲାମୁହଁ କୋଇଲା ଖଣି ପାଇଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହି କୋଇଲା ଖଣିରୁ ବାର୍ଷିକ ୨୫ ମିଲୟନ ଟନ କୋଇଲା ଉତ୍ପାଦନ ନିମନ୍ତେ ପୂର୍ବହ୍ନ ୧୧ଟା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନୁଗୁଳ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ପ୍ରଦୂଷଣ ବିଭାଗର ଆଂଚଳିକ ଅଧିକାରୀ ରମେଶ କୁମାର ଏକ୍କା ଓ ଅନୁଗୁଳ ରାଜସ୍ୱ ବିଭଗର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଯୋଗ ଦେଇ ଏହି ପରିବେଶ ସମ୍ବନ୍ଧିୟ ଶୁଣାଣି କରିଥିଲେ । ଏହି ଜନଶୁଣାଣୀରେ ଛେଣ୍ଡିପଦା ଓ ତାଲଚେର ତହାସିଲ ଅଂଚଳର ୧୧ଟି କ୍ଷତିଗ୍ରସ୍ତ ଗ୍ରାମର ଶତାଧିକ ପ୍ରଜା ଯୋଗ ଦେଇଥିଲେ । ଏହି ଜନଶୁଣାଣିରେ ଜମି ଯାଉଥିବା ଓ ନ ଯାଉଥିବା ସମସ୍ତ କ୍ଷତିଗ୍ରସ୍ତ ପ୍ରଜା ମାନଙ୍କୁ ସ୍ଥାୟୀ ନିଯୁକ୍ତି , କମ୍ପାନି କାର୍ଯ୍ୟ ବେଳେ ଠିକା କାର୍ଯ୍ୟ ଗୁଡିକୁ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଦିଆଯାଉ । ନୟନି କୋଲ ବ୍ଲକ ଅଂଚଳରେ କ୍ଷତି ଗ୍ରସ୍ତ ହେଉଥିବା ସଂରକ୍ଷିତ ଜଙ୍ଗଲ,ଗୋଚର .ଶଶ୍ମାନ ଓ ଜଲାଶୟ ଆଦି ଦୁଇଗୁଣ ଜମି ବୃକ୍ଷ ରୋପଣ କରିବା ସହିତ ଏକକ ସ୍ଥାନରେ ଦିଆଯାଉ । ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଭିନ୍ନକ୍ଷମ ପୁରୁଷ ଓ ମହିଳା ମାନଙ୍କୁ ମାସିକ ଭତ୍ତା,ମାଗଣା ସ୍ୱାସ୍ଥ୍ୟ ସେବା ,ଶିକ୍ଷାର ଉନ୍ନତି ପାଇଁ ଇଂଗ୍ରାଜି ମିଡିୟମ ବିଦ୍ୟାଳୟ ବ୍ୟବସ୍ଥା ,ଉନ୍ନତ ମାନର ପାନୀୟ ଜଳ ବ୍ୟବସ୍ଥା ,ସମସ୍ତ ମନ୍ଦିରର ଉନ୍ନତି କରଣ ,ରାସ୍ଥାର ଉନ୍ନତି କରଣ ଓ ଆଲୋକି କରଣ ଆଦି ଜନ କଲୟାଣ ଯୋଜନା କରିବା କରାଯାଉ ବୋଲି ଅଭୀଯୋଗ କରିଥିଲେ । କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗ ଶୁଣିବା ପରେ ଅନୁଗୁଳ ପ୍ରଦୂଷଣ ବିଭାଗର ଆଂଚଳିକ ଅଧିକାରୀ ରମଶେ କୁମାର ଏକ୍କା ଓ ଅନୁଗୁଳ ରାଜସ୍ୱ ବିଭଗର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ପ୍ରକାଶ କରିଥିଲେ ଯେ ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ସମସ୍ତ ଅଭିଯୋଗ ଭିଡିଓ ରେକଡିଂ କରାଯାଇଛି । ଏହି ରେକଡିଂ ଲିପିବଦ୍ଧ କରାଯାଇଛି ଏବଂ ଏହାକୁ ଭାରତ ସରକାରଙ୍କ ନିକଟକୁ ପଠାଇ ଦିଆଯିବ ଏବଂ ଏହା ବିଭାଗିୟ ସାଇଡରେ ମଧ୍ୟ ଉପଲବ୍ଧ ହେବ । ଏହା ପରେ ଯଦି କୌଣସି ବ୍୍ୟକ୍ତିଙ୍କର ଅଭିଯୋଗ ଥିବ ସେ ବ୍ୟକ୍ତି ଅଭିଯୋଗ କରିପାରିବେ ।
What’s your Reaction?
+1
+1
+1
+1
+1
2
+1
+1