ମୁଖ୍ୟ ଖବର ନକଲି ଖାତାରେ ଭତ୍ତା – କିଏ ଦେଲା , କାହିଁକି ଦେଲା ତାକୁ ନେଇ ପ୍ରଶ୍ନ Angul OnlineFebruary 9, 2023February 9, 2023 ପାଳଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ଝାରବେଡ଼ା ଗାଁର ଘନଶ୍ୟାମ ନାଏକ(୬୨) । ତାଙ୍କୁ ୬ ମାସର ଭତ୍ତା ମିଳିଥିବାବେଳେ ୯ ମାସ ହେଲା ଆଉ ଭତ୍ତା ମିଳିନାହିଁ । ବକେୟା ଭତ୍ତା ନମିଳିବାରୁ ସେ ପଚରାଉଚରା କରିବାରୁ ତାଙ୍କୁ ଭତ୍ତା ମଂଜୁର ହୋଇନାହିଁ ଓ ମିଳିଥିବା ଭତ୍ତା ବହି ନକଲି ବୋଲି ଜଣାପଡ଼ିଛି ।ଘନଶ୍ୟାମଙ୍କ କହିବା ମୁତାବକ, ମଧୁବାବୁ ପେନସନ୍ ଯୋଜନାରେ ତାଙ୍କୁ ଭତ୍ତା ପ୍ରଦାନ କରାଗଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ ବେହେରା ୨୦୨୧ ଡିସେମ୍ବର ଓ ଜାନୁଆରି ମାସରେ ୨୦୦୦ ଟଙ୍କା, ୧୨.୦୨.୨୦୨୨ ତାରିଖରେ ୫୦୦ ଟଙ୍କା, ୨୬.୦୩.୨୨ ତାରିଖରେ ୫୦୦ ଟଙ୍କା, ୨୭.୦୪.୨୨ ତାରିଖରେ ୫୦୦ ଟଙ୍କା ଭତ୍ତା ଦେଇଥିଲେ। ଝାରବେଡ଼ା ପଞ୍ଚାୟତ ମହିଳା ସରପଞ୍ଚଙ୍କ ସ୍ବାମୀ ଅଜିତ ନାୟକ ୦୩.୦୫.୨୨ ତାରିଖରେ ତାଙ୍କୁ ୬୦୦ ଟଙ୍କା ଭତ୍ତା ଦେଇଛନ୍ତି । ତେବେ ଏହା ପରେ ଆଉ ବାକି ଭତ୍ତା ଏ ପର୍ଯ୍ୟନ୍ତ ମିଳିଲା ନାହିଁ । କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି ପରେ ଜଣାପଡ଼ିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ତାଙ୍କୁ ୫ ମାସର ଓ ସରପଞ୍ଚଙ୍କ ସ୍ବାମୀ ୧ ମାସର ଭତ୍ତା ଦେଇଛନ୍ତି । କିନ୍ତୁ ସରକାରୀ ସ୍ତରରେ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଭତ୍ତା ମଞ୍ଜୁର ହୋଇ ନାହିଁ । ଭତ୍ତା ଦାୟିତ୍ବରେ ବ୍ଲକ୍ରେ ଥିବା ଅଧିକାରୀ ଏ ସଂପର୍କରେ କହିଛନ୍ତି ‘ଘନଶ୍ୟାମଙ୍କ ଭତ୍ତା ଏ ପର୍ଯ୍ୟନ୍ତ ମଂଜୁର ହୋଇନାହିଁ । ଏହା ମଂଜୁର ହେବା ପାଇଁ ଅନ୍ଲାଇନ୍ରେ ଆବେଦନ କରାଯାଇଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ଭତ୍ତା ଟଙ୍କା ଆସିନାହିଁ ବୋଲି ଜଣାପଡ଼ିଛି । ତେଣୁ ଘନଶ୍ୟାମଙ୍କ ଭତ୍ତା ମଞ୍ଜୁର ହୋଇ ନଥିବାବେଳେ ତାଙ୍କୁ ଭତ୍ତା ଖାତା ଦେଲା କିଏ, ଏଥିରେ ଥିବା ବିଡିଓଙ୍କ ଦସ୍ତଖତ ଠିକ୍ ନା ଜାଲ୍, ସେ ନେଇ ସନ୍ଦେହ ଜାତ ହୋଇଛି । ଆଉ ଯେଉଁ ୫ ମାସର ଭତ୍ତା ତାଙ୍କୁ ମିଳିଛି ତାହା କେଉଁ ଉଦ୍ୟେଶ ନେଇ ଦିଆ ଯାଇଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । Advertisement
ଟ୍ରକ ଧକ୍କାରେ ମହିଳା ମୃତ ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ …
ସାତକୋଶିଆକୁ ମିଳିଲା ରାମସାର ମାନ୍ୟତା ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆଜି ୟୁନିସ୍କୋ ପକ୍ଷରୁ ରାମସାର ମାନ୍ୟତା ମିଳିଛି । ଏଭଳି ଏକ ଅନ୍ତରରାଷ୍ଟୀୟ ମାନ୍ୟତା ହାସଲ କରିବା ଏକ…
ବିଦ୍ୟୁତ ତାର ମରାମତି ବେଳେ ଠିକା କର୍ମଚାରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିର ବଲଣ୍ଡା ଠାରେ ବିଦ୍ୟୁତ ତାର ଟାଣୁଥିବା ବେଳେ ଏକ ଅଘଟଣ ଘଟି ଯାଇଛି । ୧୧…