ବେଆଇନ କୋଇଲା ଖଣି ଉପରେ ଚଢ଼ାଉ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ନିକଟରେ ଥିବା ବେଆଇନ କୋଇଲା ଖଣି ଉପରେ ଇସ୍ପାତ ଓ ଖଣିଜ ବିଭାଗ ଏବଂ ଛେଣ୍ଡିପଦା ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ଚୋରା କୋଇଲାକୁ ଜବତ କରା ଯାଇଛି ।

ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଛେଣ୍ଡିପଦା ଥାନା ଅଞ୍ଚଳରେ ଛତୁ ଫୁଟିଲା ପରି ବେଆଇନ ଭାବେ ବ୍ୟାପକ ଚୋରା କୋଇଲା ଖଣି ଗଢି ଉଠିଛି । ଏ ସବୁ ଖଣିରୁ ବେଆଇନ ଭାବେ ବିଭିନ୍ନ ଜିଲ୍ଲାକୁ କୋଇଲା ଚୋରା ଚଲାଣ ହୋଇଥାଏ । ଏ ସମ୍ପର୍କରେ ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଓ ଖଣି ବିଭାଗର କର୍ମଚାରୀ ମାନେ ଆଜି ଚାଙ୍ଗୁଡ଼ିଆ ଗ୍ରାମ ପଞ୍ଚାୟତର ସନ୍ତରାବନ୍ଧ ଗାଁ ନିକଟସ୍ଥ ଜଙ୍ଗଲରେ ସଦଳବଳେ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି କୋଇଲା ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ଚୋରା କୋଇଲା ଖଣିରୁ ଉତ୍ତୋଳନ କରାଯାଇ ଗଛିତ ଥିବା ୩୦ଟନରୁ ଉର୍ଦ୍ଧ ଚୋରା କୋଇଲାକୁ ଜବତ କରିଛି । ତେବେ ଏ ଅଞ୍ଚଳରୁ ବେଆଇନ ଭାବେ ଖଣିଜ ସମ୍ପଦ ଚୋରୀ ହେଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି । ଏନେଇ କଣ ପଦକ୍ଷେପ ନେଉଛି ପ୍ରଶାସନ ତାକୁ ଦେଖିବାକୁ ବାକିରହିଲା ।

Advertisement

Leave a Reply

Your email address will not be published. Required fields are marked *