ମୁଖ୍ୟ ଖବର ବର୍ଷା ବିତ୍ପାତ – ଟ୍ରେନ ହେଲା ଲାଇନଚ୍ୟୁତ Angul OnlineSeptember 14, 2021September 14, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ ୨ ଧରି ହୋଇଥିବା ଲଗାଣ ବର୍ଷାରେ ଜଣ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି । ଏହି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ବଢିଥିବା ବେଳେ ଏହି ବଢି ପାଣି ଯୋଗୁଁ ଏକ ମାଲବାହି ଟ୍ରେନ ଲାଇନ ଚ୍ୟୁତ ହୋଇଛି । ଫଳରେ ଅନୁଗୁଳ ଦେଇ ଯାଉଥିବା ସମସ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନୁଗୁଳ ଜିଲ୍ଲା ତାଳଚେର ରୋଡ଼ ଷ୍ଟେସନ ଭୋଗବେରେଣି ଠାରେ ବିଳମ୍ବିତ ରାତିରେ ଏହି ଗହମ ବୋଝେଇ ମାଲବାହୀ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତିନି ଦିନ ଲଗାଣ ବର୍ଷା ଫଳରେ ଏକ ଛୋଟ ପୋଲ ଉପରେ ପାଣି ଯାଉଥିବା ବେଳେ ସେହି ପାଣି ଯୋଗୁଁ ଟ୍ରେନର ଇଞ୍ଜିନ ପ୍ରଥମେ ଦବି ଲାଇନଚ୍ୟୁତ ହୋଇଥିଲା । ପରେ ପରେ ଟ୍ରେନ ର ୪ ଟି ୱାଗନ ପରସ୍ପର ଉପରକୁ ଚଢି ଯିବା ସହ ଦୁର୍ଘଟଣାରେ ଇଞ୍ଜିନ ସମେତ ୧୦ ଟି ବଗି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି । ଏହା ସହ ରେଳ ଧାରଣାଟି ମଧ୍ୟ ସମ୍ପୂର୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି । ରାତି ପ୍ରାୟ ୨.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମଣ ନାଏକ ନାମକ ଜଣେ ଯୁବକ ଟ୍ରେନ ଇଞ୍ଜିନ ଉପରେ ଚଢ଼ି ଦୁଇ ଲୋକୋ ପାଇଲଟଙ୍କୁ ଉଦ୍ଧାର କରିଥିଲେ । ପ୍ରଚଣ୍ଡ ଶବ୍ଦ ଯୋଗୁଁ ତାଙ୍କ ନିଦ ଭାଙ୍ଗି ଯାଇଥିବା ବେଳେ ସେ କଣ ହେଇଛି ବୋଲି ଦେଖିଲା ବେଳେ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଟ୍ରେନ ପାଖକୁ ଯାଇ ଦୁଇ ଡ୍ରାଇଭରକୁ ଉଦ୍ଧାର କରିଥିଲେ । ପ୍ରବଳ ବର୍ଷା ଯୋଗୁଁ ଭୋଗବେରେଣି ଠାରେ ଥିବା ଏକ ଛୋଟ ବ୍ରିଜ ପୃର୍ବରୁ ମାଟି ଖସି ଯାଇଥିଲା । ଯାହା ଫଳରେ ଏହି ମାଲବାହୀ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଫଳରେ ଏହି ରେଳପଥ ଦେଇ ଯାଉଥିବା ରେଳ ଗୁଡିକର ଗତିପଥ ବଦଳି କରା ଯାଇଛି । ଏହି ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ ସମେତ ୧୦ ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଧାରଣା ନଷ୍ଟ ହୋଇଛି । ଏହାକୁ ମରାମତି କରିବାକୁ ୫ ଟି ଟିମ ଗଠନ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରଥମେ ୱାଗନ ଗୁଡିକୁ ହଟାଇବାକୁ ଚେଷ୍ଟା କରାଯାଇ ରେଳପଥ ମରାମତି କରାଯିବ । ସମ୍ପୂର୍ଣ୍ଣ ମରାମତି ପାଇଁ ୨୪ ରୁ ୩୦ ଘଣ୍ଟା ସମୟ ଲାଗିବ ବୋଲି ଅନୁମାନ କରା ଯାଉଛି ବୋଲି ଡ଼ିଆରଏମ ରିଙ୍କେଶ୍ ରାଓ କହିଛନ୍ତି । Advertisement
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଦେବ ନିମନ୍ତ୍ରଣ ଅନୁଗୁଳ – ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିଲାଗି ଗତକାଲି ଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ…
କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି…
ଚିନ୍ତା ବଢ଼ାଉଛି ଡେଙ୍ଗୁ – ଜିଲ୍ଲାରେ ପାଞ୍ଚ ରୋଗୀ ଚିହ୍ନଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।…