ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ନିର୍ଦ୍ଵନ୍ଦରେ ନିର୍ବାଚିତ

ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ନିର୍ଦ୍ଵନ୍ଦରେ ନିର୍ବାଚିତ

ଅନୁଗୁଳ – ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ସେଠୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସମ୍ମିଳନୀ କକ୍ଷରେ ୬ଷ୍ଠ ଜିଲ୍ଲାପରିଷଦର ୨ୟ ବୈଠକରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ନିର୍ବାଚନ ଘୋଷଣା କରିଥିଲେ । ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ତରଫରୁ କଣିହାଁ ବ୍ଲକ୍ ୮ ନଂ ଜିଲ୍ଲା ପରିଷଦ ଜୋନର ସଭ୍ୟା ରଶ୍ମିତା ସେଠୀଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ରଶ୍ମିତା ନିର୍ଦ୍ବନ୍ଦରେ ଅନୁଗୁଳ ଜିଲ୍ଲାପରିଷଦର ଉପାଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ନୂଆ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

What’s your Reaction?
+1
1
+1
0
+1
0
+1
0
+1
2
+1
0
+1
1

Leave a Reply