ଖେଳ ଓ ଖେଳାଳି ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ପାଇଁ ପଞ୍ଜୀକରଣ ଆରମ୍ଭ Angul OnlineNovember 12, 2024November 12, 2024 ଅନୁଗୁଳ – ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ (ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ହାଫ ମାରାଥନ) ଦ୍ଵିତୀୟ ସଂସ୍କରଣ ଘୋଷଣା କରାଯାଇଛି । ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡ଼ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ବାହ୍ୟ ଅଂଚଳରେ ଆୟୋଜିତ ହେବ। ଆଜି ଢେଙ୍କାନାଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଏବଂ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଟାଟା ଷ୍ଟିଲ କପିଳାସ ହାଫ ମାରାଥନ ୨୦୨୫ର ଅଫିସିଆଲ ଟି-ସାର୍ଟକୁ ଉନ୍ମୋଚନ କରାଯାଇଛି । ଏହି ଅବସରରେ ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ସହକାରୀ ବନ ସଂରକ୍ଷକ ସତ୍ୟନାରାୟଣ ସାହୁ, ଢେଙ୍କାନାଳ ସଦର ଉପ ଜିଲ୍ଲାପାଳ ବିବୁଧ ଗଡନାୟକ, ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ ସେବା ମୁଖ୍ୟ ଶ୍ରୀ ମୋହିତ ଦାସ, ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ଶ୍ରୀ ମୁକୁଲ ବିନାୟକ ଚୌଧୁରୀ ଓ ଏମଜିଏମ ମିନେରାଲ୍ସ ଲିମିଟେଡ୍ର ଇଡି ଶ୍ରୀ ଗୋପବନ୍ଧୁ ଦାସ ଉପସ୍ଥିତ ଥିଲେ । ଏହି ହାଫ ମାରାଥନ, ପ୍ରତିଯୋଗିତାକୁ ସୁଦୃଢ଼ କରିବା ସହିତ ପ୍ରାକୃତିକ ସମ୍ପଦରେ ସମୃଦ୍ଧ କପିଳାସ ଅଂଚଳରେ ହାତୀ ଓ ଜୈବ ବିବିଧତାର ସଂରକ୍ଷଣର ପ୍ରସାର କରି ଏହାକୁ ପର୍ଯ୍ୟଟନ ଓ ରୋଜଗାରର ଏକ ବିଶ୍ଵସ୍ତରାୟ ହବ୍ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମାରାଥନ ସୁସ୍ଥ ଜୀବନଶୈଳୀ, ଫିଟନେସ୍ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବ । ଏଥିରେ ତିନି ପ୍ରକାର ଦୌଡ଼ ରହିଛି: ୧୯ ବର୍ଷରୁ ଅଧିକ ବଯସ୍କଙ୍କ ପାଇଁ ୨୧ କିମି ଓ ୧୦ କିମି ଦୌଡ଼ ଏବଂ ୧୪-୧୯ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର-କିଶୋରୀଙ୍କ ପାଇଁ ୫ କିମି ଦୌଡ଼ ହାଫ୍ ମାରାଥନର ପଞ୍ଜୀକରଣ ଆରମ୍ଭ ଘୋଷଣା କରି ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି ଯେ, “ ରାଜ୍ୟର ଏକ ପ୍ରସିଦ୍ଧ ସ୍ଥାନ ଢେଙ୍କାନାଳର କପିଳାସ ଅଭୟାରଣ୍ୟର ମନୋରମ ପୃଷ୍ଠଭୂମିରେ ଏହି ଦୌଡ଼ ଅନୁଷ୍ଠିତ ହେବ ଏବଂ ଆମେ ଆଶା କରୁଛୁ ଯେ ଏହା ଦେଶର ଅନ୍ୟତମ ପ୍ରତିଷ୍ଠିତ ହାଫ୍ ମାରାଥନ୍ ହେବ । ଏହାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଆଜିଠାରୁ ଦୌଡ଼କୁଦଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବା ସେ ଘୋଷଣା କରିଛନ୍ତି ।” ହାଫ୍ ମାରାଥନର ମହତ୍ଵ ଓ ମୁଖ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇ ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ କହିଛନ୍ତି ଯେ, “ବିଶ୍ଵବ୍ୟାପୀ ମାରାଥନ ଏବଂ ଦୂର ଦୌଡ଼କୁ ପ୍ରତିନିଧିତ୍ୱ କରୁଥିବା ମୋନାକୋସ୍ଥିତ ବିଶ୍ୱସ୍ତରୀୟ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ମାରାଥନ୍ ଆଶ ବିଜ୍ଞାନସ ରେସ୍ ପକ୍ଷରୁ ଏହାକୁ ସାର୍ଟିଫିକେଟ୍ ଦିଆଯାଇଛି। ୨୧ କିଲୋମିଟର, ୧୦ କିଲୋମିଟର ଓ ୫ କିଲୋମିଟର ଦୌଡ଼ ବର୍ଗର ଶ୍ରେଷ୍ଠ ୩୦ ବିଜେତାଙ୍କୁ ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।”ଏହି ଦୌଡ଼ ପାଇଁ ବର୍ତ୍ତମାନ ପଞ୍ଜୀକରଣ ଖୋଲା ଅଛି । ଅଂଶଗ୍ରହଣକାରୀମାନେ ୨୦୨୪ ଡିସେମ୍ବର ୧୫ ପର୍ଯ୍ୟନ୍ତ www.tatasteelkapilashhalfmarathon.com ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ । ୪,୦୦୦ ଅଂଶଗ୍ରହଣକାରୀଙ୍କ ପାଇଁ ସୀମିତ ସ୍କୁଟ୍ ରଖାଯାଇଛି । ୨୧ କିଲୋମିଟର ଦୌଡ଼ ପାଇଁ ପଞ୍ଜୀକରଣ ଶୁକ୍ଳ ୪୦୦ ଟଙ୍କା, ୧୦ କିଲୋମିଟର ଦୌଡ଼ ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ଟଙ୍କା ରହିଛି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଏକ ଗୁଡି ବ୍ୟାଗ୍ ମିଳିବ, ଯେଉଁଥରେ ଟି-ସାର୍ଟ, ଦିଆଇବି ଚିପ୍ ଏବଂ ଜଳଖୁଆ କୁପନ ରହିବ। ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ୨୦୨୫ରେ ମୋଟ ୯.୬୪ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ୩୦ ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବ। ୨ ୧ କିଲୋମିଟର ଦୌଡ଼ ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯିବ। ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରିବା ପାଇଁ ଏହି ଦୌଡ଼ରେ ଟାଇମିଂ ମ୍ୟାଟ, ଆରଏଫଆଇଡି ଟିପ୍, ରୁଟ୍ରେ କ୍ଲିଟ୍ ଟାଇମି ମ୍ୟାଟ, ଟ୍ରାକିଂ କ୍ୟାମେରା ଏବଂ ଷ୍ଟାଇ-ଫାଇ ନେଟୱାର୍କ ସମେତ ଉନ୍ନତ ଜ୍ଞାନକୌଶଳ ଉପଲବ୍ଧ ହେବ । ସମଗ୍ର ଦେଶରେ ସମାନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ପାରଦର୍ଶିତା ଥିବା ଜାତୀୟସ୍ତରର ଏଜେନ୍ସିଗୁଡିକ ଏହାର ଅଗ୍ରଗତିର ତଦାରଖ କରିବେ। ସାମଗ୍ରିକ କଲ୍ୟାଣ ପାଇଁ, ଏହି ହାଫ ମାରାଥନ୍ ଆୟୋଜନରେ ଟାଟା ଷ୍ଟିଲ୍, ଏମଜିଏମ୍ ମିନେରାଲ୍ ଲିମିଟେଡ୍, ଟାଟା ୧ଏମଜି, ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସ୍ ଲିମିଟେଡ୍, ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସ୍ ଲିମିଟେଜ୍, ଟାଟା ଷ୍ଟିଲ୍ ୟୁଟିଲିଟି ଆଣ୍ଡ ଇନଫ୍ରାଷ୍ଟ୍ରକ୍ଟର ସର୍ଭିସେସ୍ ଲିମିଟେଡ୍ ଓ ପିଗମେଣ୍ଟସ୍ ସହ ସହଯୋଗିତା ସ୍ଥାପନ କରାଯାଇଛି । Advertisement
ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ଅନୁଗୁଳ – ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି…
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…
ଚଷା ପୁଅରୁ ଆନ୍ତର୍ଜାତୀୟ ଆଥଲେଟ୍ ଅନୁଗୁଳ – ମୁଣ୍ଡରେ ଠେକା ହାତରେ ଦ୍ବିପହରର ଖାଇବା ମୁଣି । କଳା ଛତାଟେ ଧରିଲେ ଚଳୁଥିଲା , ନହେଲେ ନାହିଁ । କରଡାଗାଡିଆଠାରୁ ବିଲର ଦୂରତା…