ମୁଖ୍ୟ ଖବର ଜାନୁୟାରୀ ମାସ ୧୬ ତାରିଖରୁ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନର ନିୟମିତ ସେବା Angul OnlineDecember 20, 2021December 20, 2021 ଭୁବନେଶ୍ୱର – ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ଠାରୁ ଅନୁଗୁଳ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ । ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅନ୍ୟ ଦିନ ମାନଙ୍କରେ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ଆଂଶିକ ବାତିଲ ରହିବ । ଆଜି ରେଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ପୁରୀରୁ 08428 ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ ରବିବାର, ମଙ୍ଗଳବାର ଏବଂ ଗୁରୁବାର ଦିନ (୨, ୪ , ୬, ୯ , ୧୧ ଏବଂ ୧୩ ତାରିଖ) ଜାନୁୟାରୀ ମାସ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିବ । ପୁରୀରୁ 08428 ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ (୧ , ୩ , ୫ , ୭ , ୮ , ୧୦ , ୧୨ , ୧୪ ଏବଂ ୧୫ ତାରିଖ) ଜାନୁୟାରୀ ମାସ ପହିଲା ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତାଳଚେର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ତାଳଚେର ଠାରୁ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ । ଅନୁଗୁଳରୁ 08427 ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ( ୩ , ୫ ,୭, ୧୦, ୧୨ , ଏବଂ ୧୪ ତାରିଖ) ଜାନୁୟାରୀ ମାସ ୦୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପୁରୀ ଯାତ୍ରା କରିବ । ଅନୁଗୁଳରୁ 08427 ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାର (୨ , ୪ , ୬ , ୮ , ୯ , ୧୧ , ୧୩ , ୧୫ ଏବଂ ୧୬ ତାରିଖ) ଦିନ ମାନଙ୍କରେ ଅନୁଗୁଳ ପରିବର୍ତ୍ତେ ତାଲଚେରରୁ ପୁରୀ ଯାତ୍ରା କରିବ ଏବଂ ଅନୁଗୁଳ ଓ ତାଳଚେର ମଧ୍ୟରେ ବାତିଲ ରହିବ । 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ନିୟମିତ ସେବା ପୁରୀରୁ ୨୦୨୨ ମସିହା ଜାନୁୟାରୀ ୧୬ ତାରିଖ ଠାରୁ ଏବଂ ଅନୁଗୁଳରୁ ୧୭ ତାରିଖ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନର ସମୟ ସାରଣୀ ଓ ବିଭିନ୍ନ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ରହଣି ଅପରିବର୍ତ୍ତିତ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । Advertisement
ବେସରକାରୀ ସ୍କୁଲର ଦାଦାଗିରି – ଫି’ ନ ଦେବାରୁ ଟିସି ଦେଇ ବାହାର କରିଦେଲା ଛାତ୍ରଛାତ୍ରୀଙ୍କୁ ଅନୁଗୁଳ – ସ୍କୁଲ କର୍ତ୍ତୁପକ୍ଷଙ୍କ ଦାଦାଗିରି । ଫି ଦେଇ ପାରିଲେ ନାହିଁ ବୋଲି ଟିସି ଦେଇ ସ୍କୁଲରୁ ବାହାର କରି ଦେଲେ । ଏଭଳି ଅଭିଯୋଗ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ…
ପୁଲିସ କବଜାରେ ୬ ଡକାୟତ ଅନୁଗୁଳ -(AO)- ଅନଗୁଳ ଜିଲ୍ଲା ତାଳଚେର ଥାନା ପୁଲିସ ହାବୁଡରେ ୬ ଡକାୟତ ଧରା ପଡିଛନ୍ତି । ତାଳଚେର , କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ…