ଆଞ୍ଚଳିକ ଖୋଲିବ ଧର୍ମାନୁଷ୍ଠାନ Angul OnlineJanuary 1, 2021January 1, 2021 ଅନୁଗୁଳ – କରୋନା ମହାମାରୀର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଓ ସମସ୍ତ ଉପ- ଜିଲ୍ଲାପାଳଙ୍କ ଠାରୁ ମତାମତ ନେଇ ଅନୁଗୁଳ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକୁ ଜାନୁଆରୀ ତାରିଖରୁ ଖୋଲିବା ପାଇଁ ସର୍ତ୍ତାବଳୀ ସହିତ ଅନୁମତି ପ୍ରଦାନ କରାଯାଇଛି । ତେବେ ଏଥିପାଇଁ ଧର୍ମାନୁଷ୍ଠାନ ବାହାରେ କରୋନା ନିୟମାବଳୀ ସମ୍ପର୍କିତ ଏକ ସର୍ବ ସାଧାରଣ ନୋଟିସ୍ ଲଗାଯିବ । ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିବ । ବିନା ମାସ୍କରେ ଧର୍ମାନୁଷ୍ଠାନ ଭିତରକୁ କେହି ପ୍ରବେଶ କରି ପାରିବେ ନାହିଁ । ଲୋକମାନଙ୍କ ମଧ୍ୟରେ ସର୍ବନିମ୍ନ ୫ ଫୁଟର ସାମାଜିକ ଦୂରତ୍ବ ବାଧ୍ୟତା ମୂଳକ ଅଟେ । ଧର୍ମାନୁଷ୍ଠାନ ପ୍ରବେଶ ପଥରେ ସାନିଟାଇଜର୍ ରଖିବା ବାଧ୍ୟତା ମୂଳକ ଅଟେ । ଦର୍ଶନାର୍ଥୀ ମାନଙ୍କୁ ଛୋଟ ଛୋଟ ଦଳରେ ( ଦଳ ପରେ ଦଳ ) ଭିତରେ ଦର୍ଶନ ସୁଯୋଗ ଦିଆଯାଇପାରିବ । ଦଳର ଲୋକ ସଂଖ୍ୟା ଗର୍ଭ ଗୃହ ଓ ପ୍ରାର୍ଥନା ଗୃହ ଆକାର ଅନୁସାରେ ସ୍ଥାନୀୟ ଧର୍ମାନୁଷ୍ଠାନର ପରିଚାଳନା କମିଟି ସ୍ଥିର କରିବ । ଧର୍ମାନୁଷ୍ଠାନ ମଧ୍ୟରେ କୌଣସି ପୂଜା ଦ୍ରବ୍ୟ ଓ ଫୁଲର ବଣ୍ଟନ ହେବନାହିଁ । କୌଣସି ପରିସ୍ଥିତିରେ ଏକା ଥରକେ ୨୦ ଜଣରୁ ଅଧିକ ଦର୍ଶନାର୍ଥୀ ଧର୍ମାନୁଷ୍ଠାନ ଭିତରକୁ ପଶିପାରିବେ ନାହିଁ । ଭକ୍ତ ଅନୁରୁପ ବ୍ୟବସ୍ଥା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଗୁଡ଼ିକରେ ସ୍ଥାନ ଓ ସାଂପ୍ରତିକ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ସ୍ଥାନୀୟ ପ୍ରଶାସନ ଓ ଧର୍ମାନୁଷ୍ଠାନ ପରିଚାଳନା ମଣ୍ଡଳୀ ନିଷ୍କରି ନେବେ । ଏକ ବିଶେଷ ବ୍ୟବସ୍ଥା ସ୍ୱରୂପ ଅନୁଗୁଳର ଶୈଳଶ୍ରୀକ୍ଷେତ୍ର ନିମନ୍ତେ ଏକା ଥରକେ ସର୍ବାଧିକ ୫୦ ଜଣ ଦର୍ଶନାର୍ଥୀ କେବଳ ସିଂହଦ୍ଵାର ଦେଇ ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିପାରିବ । ଏହାର ଅନ୍ୟାନ୍ୟ ତିନି ଗୋଟି ପ୍ରବେଶ ପଥ ବନ୍ଦ ରହିବ । ପ୍ରଥମ ୧୫ ଦିନ ପାଇଁ ସିଂହଦ୍ଵାରରେ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୋଲିସ୍ ବନ୍ଦୋବସ୍ତ କରାଯିବ । ଧର୍ମାନୁଷ୍ଠାନ ଓ ଏହାର ପରିସରରେ ଛାପ ପକାଇବା ଏକ ଦଣ୍ଡନୀୟ ଅପରାଧ ଅଟେ । ୬୫ ବର୍ଷରୁ ଉର୍ଦ୍ଧ ବୟସର ବରିଷ୍ଠ ନାଗରିକ , ବହୁ ରୋଗରେ ପୀଡ଼ିତ ବ୍ୟକ୍ତି , ଗର୍ଭବତୀ ମହିଳା ଓ ଦଶ ବର୍ଷରୁ କମ୍ ବୟସର ଶିଶୁ ମାନେ ଧର୍ମାନୁଷ୍ଠାନକୁ ଯିବା ପାଇଁ ବାରଣ କରାଯାଇଛି । ଆରକ୍ଷୀ ଅଧୀକ୍ଷକ , ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଭକ୍ତ ବ୍ୟବସ୍ଥାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବାପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ କଡା ନିର୍ଦେଶ ରହିଛି । ଉପରୋକ୍ତ ନିୟମାବଳୀ ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଧାରା ୫୧ ରୁ ୬୦ , ସଂକ୍ରାମକ ରୋଗ ଆଇନ୍ , ୧୮୯୭ ଓ ଭାରତୀୟ ପିଙ୍ଗଳ କୋଡ଼୍ ଧାରା ୧୮୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । Advertisement
ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଗୋଳ – ଅନୁଗୋଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମ ରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…
ଗାନ୍ଧୀଜୀଙ୍କ ଅନୁଗୁଳ ଆଗମନର ପୂର୍ତ୍ତି ପାଳିତ ଅନୁଗୁଳ – ୧୯୩୪ ମସିହା ମଇ ୬ ତାରିଖରେ ମହାତ୍ମା ଗାନ୍ଧୀ ବିହାରର ରାଜଧାନୀ ପାଟଣା ଠାରୁ ବାହାରି ଝାରସୁଗୁଡା, ସମ୍ବଲପୁର, ବାମୁର ହୋଇ ଅନୁଗୁଳ ଠାରେ…