ମୁଖ୍ୟ ଖବର ଜଣାଶୁଣା ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ପରଲୋକ Angul OnlineDecember 9, 2022December 9, 2022 ଅନୁଗୁଳ – ଅନୁଗୁଳର ଜଣାଶୁଣା ଡ଼ଃ ଲଷ୍ମୀ ଧର ସାହୁ ଙ୍କ ପରଲୋକ ହୋଇଛି । ଆଜି ସନ୍ଧ୍ୟା ସମୟରେ ହୃଦଘାତରେ ତାଙ୍କର ନିଧନ ହୋଇଯାଇଛି । ସେ ଜଣେ ଜଣା ଶୁଣା ସର୍ଜରୀ ବିଶେଷଜ୍ଞ ଭାବେ ଦୀର୍ଘ ବର୍ଷ ଧରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟ କରିବା ସହ ଜେଲ ବିଭାଗରେ କିଛି ବର୍ଷ ଡାକ୍ତର ଭାବେ ସେବା ଦେଇଥିଲେ । କଟକ ସହର ରାଣୀହାଟର ମୂଳ ବାସିନ୍ଦା ଡ଼ଃ ସାହୁଙ୍କ ପିତା ମଧ୍ୟ ଜଣେ ସୁନାମ ଧନ୍ୟ ଡାକ୍ତର ଥିଲେ । ଜଣେ ଅତ୍ୟନ୍ତ ମେଳାପୀ, ଓ ଉତ୍ତମ ବ୍ୟବହାର ପାଇଁ ଡ଼ଃ ଲଷ୍ମୀଧର ସହରରେ ବେଶ ପରିଚିତ ଥିଲେ ।ତାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । Advertisement
ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ ଅନୁଗୋଳ – ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଆବେଦନ କରିଛନ୍ତି ଜଣେ ଦିବ୍ୟଙ୍ଗ ଯୁବକ ।…
ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ବିଧାୟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ତଥା ସଦର ମହକୁମାରେ ବିଦ୍ୟୁତ୍ ବିଭାଗ ସଂସ୍ଥାର ମନମୁଖୀ କାର୍ଯ୍ଯ ଓ ବିଭିନ୍ନ ଅବହେଳା ନେଇ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…
ଟାକ୍ସ ଖିଲାପକାରୀ ୨ ଦୋକାନ ସିଲ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ , ନୋଟିସ୍ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ନକରିବାରୁ…