ହିଙ୍ଗୁଳା ମନ୍ଦିର ନିର୍ମାଣରେ ଅର୍ଥ ହେରଫେର ଖବର ମିଥ୍ୟା – ଉପଜିଲ୍ଲାପାଳ

ହିଙ୍ଗୁଳା ମନ୍ଦିର ନିର୍ମାଣରେ ଅର୍ଥ ହେରଫେର ଖବର ମିଥ୍ୟା – ଉପଜିଲ୍ଲାପାଳ

ତାଳଚେର – ଗତ ନଭେମ୍ବର ମାସ ୧୦ ତାରିଖ ରାତି ୧୦.୩୦ ମିନିଟ୍ ରେ ଓଟିଭି ଚାନେଲରେ ମା’ ହିଙ୍ଗୁଳା ମନ୍ଦିର ଉପରେ “ଯୋଜନାର ନା ହରିଲୁଟ” ଶୀର୍ଷକରେ ଏକ ଖବର ପ୍ରସାରିତ ହେଇଥିଲା ।  ଯାହାକି ତଥ୍ୟ ସମ୍ବଳିତ ନୁହେଁ । ଏହାର ଶୀର୍ଷକ ମଧ୍ୟ ସାଧାରଣ ଲୋକଙ୍କ ମନକୁ ନିଶ୍ଚିତ ଭାବେ ଆନ୍ଦୋଳିତ କରିଥିବ ବୋଲି କହିବା ସହ ଏହା ଉପରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି ତାଳଚେର ଉପ-ଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ । ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଥିବା ସନ୍ଦେହକୁ ଦୂର କରିବାକୁ ଆଜି ଟ୍ରଷ୍ଟ ବୋର୍ଡ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉପ ଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ ପ୍ରତିକ୍ରିୟା ଦେଇ ଉକ୍ତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ମନ୍ଦିର ନିର୍ମାଣ ନାମରେ ଅର୍ଥ ହେରଫେର ଅଭିଯୋଗକୁ ଖଣ୍ଡନ କରିଥିଲେ । ଯେଉଁ ଖବର ପ୍ରସାରଣ ହୋଇଥିଲା ତାହା ତଥ୍ୟ ଭିତିକ ନୁହେଁ । ମନ୍ଦିର ପାଇଁ ବର୍ତ୍ତମାନ ସୁଦ୍ଧା ଟଙ୍କାଟିଏ ମଧ୍ୟ କୌଣସି ସରକାରୀ ଅନୁଦାନ କିମ୍ବା ରାଷ୍ଟ୍ରାୟତ ଉଦ୍ୟୋଗରୁ ଆସି ନାହିଁ । ହିଙ୍ଗୁଳା ମନ୍ଦିରର ଯାହାବି ନିର୍ମାଣ କାର୍ଯ୍ୟ ହୋଇଛି ତାହା ଭକ୍ତ ମାନଙ୍କ ଦାନ ଟଙ୍କାରେ ହୋଇଛି । ମନ୍ଦିର ବାହାରେ ଯେଉଁ ସୌନ୍ଦର୍ଯ୍ୟ କାମ ହୋଇଛି ତାହା ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ନିଜେ କରିଛି । ଟ୍ରଷ୍ଟକୁ ଏଥିରେ କୌଣସି ଭୂମିକା ନାହିଁ । ମନ୍ଦିରର ଟ୍ରଷ୍ଟ ପୁନର୍ଗଠନ ନ ହେବା କଥା ସତ ବୋଲି ଉପ ଜିଲ୍ଲାପାଳ ସ୍ୱୀକାର କରିବା ସହ ଟ୍ରଷ୍ଟ ପୁନର୍ଗଠନ ପାଇଁ କମିଶନରଙ୍କ ପାଖକୁ ପସ୍ତାଵ ପଠା ଯାଇଛି । ଏ ପର୍ଯ୍ୟନ୍ତ ତାହା ବିଚାରାଧୀନ ରହିଛି ବୋଲି ଉପ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେବା ସହ ସମସ୍ତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
6
+1
2
+1
0

Leave a Reply