ଆଞ୍ଚଳିକ ଛେଳି ଗିଳୁଥିବା ଅଜଗର ଉଦ୍ଧାର Angul OnlineJuly 5, 2023July 5, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସରଧାପୁର ଗ୍ରାମ ନିକଟରେ ଛେଳିକୁ ଖାଉଥିବା ବେଳେ ଏକ ଆଠ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରା ଯାଇଛି । ସୁଚନା ଅନୁସାରେ ପୁରୁଣାଗଡ ସରଧାପୁର ବନମାଳୀ ମଠ ନିକଟରେ ଗ୍ରାମର ନବ ପ୍ରଧାନଙ୍କ ପୁଅ ନରେନ୍ଦ୍ର ପ୍ରଧାନ ସବୁ ଦିନ ଛେଳି ଚରେଇବା ପାଇଁ ଯାଆନ୍ତି । ଆଜି ସେ ଛେଳି ଚରାଇବାକୁ ଗଲାବେଳେ ଏକ ଅଜଗର ସାପ ରାସ୍ତା ପାର୍ଶ୍ବରେ ଦେଖିଥିଲେ । ତେବେ କିଛି ସମୟ ପରେ ସାପଟି ଗୋଟେ ଛେଳିକୁ ଗିଳୁ ଥିବାର ସେ ଦେଖିଥିଲେ । ଏହା ଦେଖି ସେ ଭୟବିତ ହେଇ ସର୍ପ ଉଦ୍ଧାର କାରି ବିଶ୍ଵ ରଂଜନଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ବିଶ୍ଵ ରଂଜନ ପହଞ୍ଚି ନିଜ ସହଯୋଗୀ ସହାୟତାରେ ସାପ କୁ ଧରିଥିଲେ । ପରେ ତାକୁ ବନ ଅଧିକାରୀଙ୍କ ଜୀମା ଦେଇଥିଲେ । Advertisement
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର…
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…