ମୁଖ୍ୟ ଖବର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineJuly 16, 2021July 16, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରୁ ତିନି ଦିନ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ପୋଡାପଡା ଗ୍ରାମର ରସାନନ୍ଦ ସାହୁଙ୍କ ପୁଅ ସୁଧୀର କୁମାର ସାହୁ । ଗତ ତିନିଦିନ ପୂର୍ବରୁ ସେ ନିଖୋଜ ଥିଲେ । ଆଜି ସକାଳ ୬ଟାରେ ସୁଧୀରଙ୍କ ମୃତଦେହ ଶନି ମନ୍ଦିର ନିକଟ ପୋଲ ତଳପାଖ ଲଟାବୁଦା ମୂଳେ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗରେ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁଧୀର ଗତ ବୁଧବାର ସନ୍ଧ୍ୟାରେ ଛେଣ୍ଡିପଦାରୁ ଏକ ଅଟୋରେ ପୋଡାପଡା ଫେରୁଥିଲେ । ଫେରିବା ବାଟରେ ଶୌଚ ପାଇଁ ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରେ ଅଟୋରୁ ଓହ୍ଲେଇ ନାଳ ଆଡକୁ ଯାଇଥିଲେ । ଘରକୁ ସନ୍ଧ୍ୟାରେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଭଲନଥିବା ବେଳେ ଶୌଚ ପାଇଁ ଯିବା ସମୟରେ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ପୁଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଛି । Advertisement
ନାଲକୋ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଅନୁଗୁଳ – ଅନୁଗୁଳ ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ରାତି…
ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ବର – ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର…
ଏନଟିପିସି ଟିଟିପିଏସର ସମସ୍ତ ୟୁନିଟ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସର ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇ ଯାଇଛି । ଯେଉଁଠାରୁ ସାରା ରାଜ୍ୟକୁ ବିଦ୍ୟୁତ ସଞ୍ଚରି ଯାଉଥିଲା…