ମୁଖ୍ୟ ଖବର ଭୋଜି ଖାଇ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ Angul OnlineDecember 15, 2023December 15, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଚନ୍ଦ୍ରବାହାଳ ଠାରେ ଏକ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ଯୁ ହୋଇଛି । ମୃତକ ଜଣଙ୍କ ହେଲେ ଅନୁଗୁଳ ସଦର ଥାନା ନିକଟସ୍ଥ ଚନ୍ଦ୍ରବାହାଳ ଗାଁର ପ୍ରମୋଦ ବେହେରା(୬୮)ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଶୁକ୍ରବାର ରାତିରେ ପ୍ରମୋଦ ଏକ ଭୋଜିରେ ଯୋଗ ଦେଇ ଜାତୀୟ ରାଜପଥ ପାର୍ ହୋଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲେ ମଧ୍ଯ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଲେ ଭିନ୍ନକ୍ଷମ ସତ୍ୟବ୍ରତ ଅନୁଗୁଳ – ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ଅନୁଗୁଳର ସତ୍ୟବ୍ରତ ମହାପାତ୍ର ୨୭୯ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।…
ଅଶ୍ବିନୀ ପାଇବେ ରାଜ୍ଯପାଳ ପଦକ ଅନୁଗୁଳ – ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା…
ଉଦଘାଟନ ହେବ ଅତ୍ୟାଧୁନିକ ବସ ଟର୍ମିନାଲ !! ଅନୁଗୁଳ – ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । ହେଲେ ସରିବାର ନାଁ ନେଉନି ଅନୁଗୁଳରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟ ।…