ମୁଖ୍ୟ ଖବର ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ Angul OnlineFebruary 26, 2024February 26, 2024 ଅନୁଗୁଳ – ୨୦୧୨ ମସିହା ଜୁନ ମାସ ୧ ତାରିଖରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ଏଡିଏମ୍ଓ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ରାଜେନ୍ଦ୍ର କୁମାର ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ଅଦାଲତ । ତାଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା କରାଯାଇଛି । ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ପାରା ମେଡିକାଲ କର୍ମଚାରୀଙ୍କ ପେନ୍ସନ କାଗଜପତ୍ର କରାଇବା ପାଇଁ ସେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତ୍ରେ ଧରା ପଡ଼ିଥିଲେ । ପରେ ଭିଜିଲାନ୍ସ ତାଙ୍କ ବିରୋଧରେ ଚାର୍ଜସିଟ୍ କରିଥିଲା । ଏହି ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଏହି ରାୟ ଶୁଣାଇଛନ୍ତି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ,…
ଡାକ୍ତର ଧୀରେନ ପ୍ରଧାନଙ୍କ ପରଲୋକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧୀରେନ କୁମାର ପ୍ରଧାନଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ଗତ କିଛି ଦିନ…
ଟିଟିପିଏସ ବନ୍ଦର ପ୍ରତିବାଦ, ତାଳଚେରରେ ଅର୍ଥନୈତିକ ଅବରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ ଆଜି ତାଳଚେରରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ…