ଅପରାଧ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବସରପ୍ରାପ୍ତ ଲାଞ୍ଚୁଆ ଭି ଏଲ ଡବ୍ଲୁ Angul OnlineSeptember 30, 2023September 30, 2023 ଅନୁଗୁଳ – ୨୦୧୪ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଜଣେ ଅବସରପ୍ରାପ୍ତ ଭି ଏଲ ଡବ୍ଲୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବସ୍ତ୍ୟ ହେବା ପରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ କଣିହାଁ ବ୍ଲକ ହରିହାରପୁର ଗାଁର ସର୍ବେଶ୍ୱର ପାଣି ୨୦୧୪ ମସିହାରେ ତାଳଚେର ବ୍ଲକରେ କାର୍ଯ୍ୟରତ ଥିଲେ । ସେତେବେଳେ ସେ ଇନ୍ଦିରା ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ଠାରୁ ତୃତୀୟ କିସ୍ତି ବିଲ ପାସ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଆଜି ଏହି ମାମଲାର ଶୁଣାଣି କରି ଅନୁଗୁଳ ସ୍ପେସିଆଲ ଜଜ ଭିଜିଲାନ୍ସ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ତାଙ୍କ ପେନସନ ବନ୍ଦ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅନୁଗୁଳ ଭିଜିଲାନ୍ସ କୋର୍ଟର ସ୍ପେସିଆଲ ପି ପି ଦିଲୀପ କୁମାର ମହାନ୍ତି ମାମଲାର ପରିଚାଳନା କରିଥିଲେ । Advertisement
ଭିଜିଲାନ୍ସ ଫାଶରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଅନୁଗୁଳ – ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଧରା ପଡିଲେ…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ବାପା ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଏକ…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…