ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ହୋଇଥିବା ସମଲ ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନଙ୍କର ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ ଠାରେ ଉପ-ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷୀକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୯୭୯ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହୋଇ ୧୯୯୦ ମସିହାରେ ଜଳ ପ୍ରକଳ୍ପରେ ଜଳ ସଂଗୃହିତ କରାଯାଇଥିଲା । ତେବେ ପ୍ରକଳ୍ପ ନିର୍ମାଣ ହେବାର ୪୦ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ଭିଟା ମାଟି ହରାଇଥିବା ସଗଡିପାଳ, ଲାଙ୍ଗୁଆବେଡା, ବଲାଙ୍ଗୀ ଓ ବିଜିଗୋଳ ପାଟଣାର ଅଧିବାସୀଙ୍କୁ ନ୍ୟାୟ ମିଳିନାହିଁ । ଏଥିପାଇଁ , ଥଇଥାନ ନୀତି ଅନୁଯାୟୀ ୪ ଖଣ୍ଡ ଗ୍ରାମର ଲୋକଙ୍କୁ ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତିର ନିୟମ ଥିଲେ ମଧ୍ୟ ଏଥିରୁ ସମ୍ପୂର୍ଣ ବିସ୍ଥାପିତ ପରିବାରଙ୍କୁ ବାଦ ଦିଆଯିବା ସହ ପ୍ରକଳ୍ପରେ ବିସ୍ଥାପିତ ୬୮ ଜଣ କ୍ଷତିଗ୍ରସ୍ତଙ୍କ ଚାକିରିକୁ ସ୍ଥାୟୀ କରାଯିବା ସହ ବକେୟା ପ୍ରାପ୍ୟ ପ୍ରଦାନ କରିବା ଓ ଥଇଥାନ ଉପରେ ଆଲୋଚନା ହୋଇଥିଲା । ଆଜି ଦୀର୍ଘ ୪୦ ବର୍ଷ ପରେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଅନୁଗୁଳ ସର୍କିଟ ହାଉସ ଠାରେ ଏହି ସମୀକ୍ଷା ବୈଠକ ବସିଥିବା ବେଳେ ବୈଠକରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ବାସଚ୍ୟୁତ ଶ୍ରମିକ ସଂଘ(କ)ର ବିଭିନ୍ନ ଦାବି ଉପରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଦାବି ଗୁଡିକର ଶୀଘ୍ର ବିଚାର କରାଯିବ ବୋଲି କହିଥିଲେ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳ, ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥି, ସନ୍ତୋଷ ପ୍ରଧାନ, ତାଳଚେର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅନୁଗୁଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀ, ସମଲ ବ୍ୟାରେଜ ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା, ତାଳଚେର ଉପ-ଜିଲ୍ଲାପାଳ ଓ ବାସଚ୍ୟୁତ ଶ୍ରମିକ ସଂଘ (କ)ର ସଭାପତି ପ୍ରଫୁଲ ମିଶ୍ର ଓ କର୍ମକର୍ତ୍ତା ମାନେ ଉପସ୍ଥିତଥିଲେ ।
What’s your Reaction?
+1
+1
+1
+1
+1
+1
+1