ମୁଖ୍ୟ ଖବର ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର Angul OnlineNovember 15, 2024November 15, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଏକ ବୁଲା କୁକୁରର ମୃତ୍ୟୁ ପରେ ୬ ଖଣ୍ଡ କାଠରେ କୋକେଇ ବନ୍ଧା ଯାଇଥିଲା । କଦଳୀ ଗଛ ଆଉ ଫୁଲରେ ସଜେଇ କୋକେଇରେ କୁକୁରକୁ ଶୁଆଇ ଗାଁ ମୁଣ୍ଡ ସ୍ମଶାନକୁ ନେଇ ଗାଁ ଲୋକେ ତା’ର ଅନ୍ତିମ ସଂସ୍କାର କରିଥିଲେ। ସୂଚନା ଅନୁସାରେ ଗାଁରେ ଏକ ବୁଲା କୁକୁର ଥିଲା । ଯାହାକୁ ସମସ୍ତେ ଚାଲନ୍ଦୁ ବୋଲି ଡାକୁଥିଲେ । ଚନ୍ଦୁ ଗାଁର ପ୍ରାୟ ସମସ୍ତଙ୍କ ପ୍ରିୟ ଥିଲା । ଡାକିଦେଲେ ଦଉଡି ଆସୁଥିଲା ପାଖକୁ । ଆଉ ଗାଁର ଯାହା ସହ ହେଉନା ତାହା ସହ ଘଷି ହୋଇ ଗେଲ ହେଉଥିଲା । ହେଲେ କୌଣସି କାରଣ ବଶତଃ ଆଜି କୁକୁରଟିର ମୃତ୍ୟୁ ହୋଇଥିଲା । ଯେଉଁଥିପାଇଁ ଗାଁ ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ । ଆଉ ଶେଷରେ ମଣିଷ ଭଳି ଯଥା କୋକେଇରେ ନେଇ ଖଇ କଉଡ଼ି ବିଂଛି ସ୍ମଶାନକୁ ନେଇ ଯାଇଥିଲେ । ଆଉ ସେଠାରେ ଗାତ ଖୋଳି କୁକୁରର ଅଂତିମସଂସ୍କାର କରିଥିଲେ । Advertisement
ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା ତାଳଚେର – ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା । ବିଭିନ୍ନ ଦାବିନେଇ ଆସନ୍ତା ୧୦ ତାରିଖ ଠାରୁ ସମସ୍ତ କୋଇଲା ଖଣିରୁ ଟ୍ରକ…
ନାଲକୋର ହେବ ସଂପ୍ରସାରଣ – କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଅନୁଗୁଳ – ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଆଜି ଅନୁଗୁଳସ୍ଥିତ ନାଲକୋ ପରିଦର୍ଶନ କରିଥିଲେ…
ଆମ୍ବତୋଟାରୁ ମହିଳାଙ୍କ ଗଳିତ ଶବ ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁର ବଡବନ୍ଧ ଆମ୍ବତୋଟାରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଶନିବାର ଠାବ କରାଯାଇଛି । ସୂଚନା…