ସମସ୍ୟା ରାଜପଥ ସମସ୍ଯା ନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗଡକରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା Angul OnlineOctober 11, 2023October 11, 2023 ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଏହି ବୈଠକ ପରେ ଟ୍ୱିଟ୍ କରି କହିଛନ୍ତି ଯେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନଏଚ୍ -୫୫ ଅନ୍ତର୍ଗତ ଦୁଇଟି ପ୍ୟାକେଜରେ ନିର୍ମାଣାଧୀନ କଟକ – ଅନୁଗୁଳ ରାଜପଥର ଅଗ୍ରଗତି, ଅନୁଗୁଳ- ସମ୍ବଲପୁର ସେକ୍ସନ, ଏନଏଚ-୫୩ ଅନ୍ତର୍ଗତ ତାଳଚେରରୁ କାମାକ୍ଷାନଗର ବାଇପାସ, ସମ୍ବଲପୁର ରିଙ୍ଗ୍ ରୋଡ, କୋଷ୍ଟାଲ ହାଇୱେ ଏବଂ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟ ନେଇ ଆଲୋଚନା ହେଲା । ଏନଏଚଏଆଇ ପ୍ରକଳ୍ପ ଗୁଡ଼ିକର ଆଲାଇନମେଣ୍ଟ , ଟେଣ୍ଡର ପ୍ରକ୍ରିୟା , ପରିବେଶ ମଞ୍ଜୁରୀ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି କାର୍ଯ୍ୟ ସମାପ୍ତ ହେବାର ଅଛି । ଏହି ସବୁ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ‘ପୂର୍ବୋଦୟ’ ମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ସଡକପଥ ଭିତିଭୂମିକୁ ସୁଦୃଢ଼ କରାଯାଉଛି । ଏହି ସବୁ ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତାୟତ ସୁରକ୍ଷିତ ହେବ । ସ୍ଥାନୀୟ ଅଂଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସହ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଘଟିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । Advertisement
ନିଯୁକ୍ତି ଓ ଥଇଥାନ ଦାବି ନେଇ କ୍ଷତିଗ୍ରସ୍ତଙ୍କ ସହ ଧାରଣା ଦେଲେ ସାଂସଦ ଅନୁଗୁଳ – ଜନସାଧାରଣଙ୍କ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ସାଂସଦ । ରାଷ୍ଟ୍ରାୟତ କମ୍ପାନୀ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଇଁ ପ୍ଲାଣ୍ଟ ଆଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ…
ଏନଏସିକୁ ଅମଙ୍ଗ – ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଜଣାଇଲେ ଦାବି ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାକୁ ଏନଏସି କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରା ଯାଉଥିଲା ସେଥିରେ ବ୍ରେକ ଲାଗିଛି । ସ୍ଥାନୀୟ ଲୋକଙ୍କ ଅମଙ୍ଗ…
କରୋନା ତଥ୍ୟକୁ ନେଇ ସନ୍ଦେହ – ରହୁନି ତାଳମେଳ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନାର ସ୍ଥିତି କଣ ? ଆକ୍ରାନ୍ତ ଏବଂ ସୁସ୍ଥଙ୍କ ସଂଖ୍ୟା କେତେ ? ଏହାକୁ ନେଇ ବର୍ତ୍ତମାନ ଜିଲ୍ଲାବାସୀଙ୍କ ମଧ୍ୟରେ ସନ୍ଦେହ…