ଦାବି ମାନିଲା ପ୍ରଶାସନ – ହଟିଲା ରାସ୍ତା ଅବରୋଧ

ଅନୁଗୁଳ – ଅନୁଗୁଳରୁ ଛେଣ୍ଡିପଦା ସଂଯୋଗ କରୁଥିବା ୬୩ ନମ୍ବର ରାଜ୍ୟ ରାଜପଥର ଜରାସିଂହା ଗ୍ରାମ ମଧ୍ୟ ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଛି । ଯାହାଫଳରେ ଦୈନଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହାନି ହେଉଛି । ବିଗତ ଦିନରେ ବହୁ ବାର ଦାବି ଆପତ୍ତି ପରେ ପ୍ରଶାଶନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ ରୋକ ଲଗା ଯାଇଥିଲା । କିଛି ମାସର ବ୍ୟବଧାନ ପରେ ପୁଣି ନୋ ଏଣ୍ଟ୍ରି କୁ ହଟାଇ ଦିଆ ଯାଇଥିଲା ।ନୋ ଏଣ୍ଟ୍ରି ନ ହେବା ଦ୍ଵାରା ଭାଇଜାନ ଚଳାଚଳ ଅନବରତ ହେଉଛି । ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକ ମୃତାହତ ହେଉଛନ୍ତି । ଏଥିପାଇଁ ଏହି ରାସ୍ତାରେ ନୋ ଏଣ୍ଟ୍ରି ଦାବି ନେଇ ରାଜରାସ୍ତା ଅବରୋଧ କରିଥିଲେ ଅନୁଗୁଳ ଜିଲ୍ଲା ର ପାଞ୍ଚଟି ଗାଁର ଲୋକ । କୁମଣ୍ଡ, ବେଡାସର,ବେଣାଗାଡିଆ, ଜରାସିଂହା ଓ ପରଙ୍ଗ ଗାଁ ମଧ୍ୟରେ ଭାରିଯାନ ଚଳାଚଳ କୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓଲ୍ହାଇଥିଲେ । ଅନୁଗୁଳ -ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ପ୍ରାୟ ୩୦ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ପ୍ରଶାସନ ଦାବି ମାନିଥିଲା । ଗାଁ ଲୋକଙ୍କ ଦାବି ଅନୁସାରେ ସବୁଦିନ ପରଙ୍ଗ ଠାରୁ ଭଣ୍ଡୁବର ପର୍ଯ୍ୟନ୍ତ ରାସ୍ତାରେ ପାଣି ପଡିବ । ସକାଳ ୬ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ ରୋକ ଲାଗିବ , ଗାଡିର ଗତି ୨୦ କିମି ପ୍ରତି ଘଣ୍ଟା ରହିବ ଏବଂ ହୁଙ୍ଗୁଳା ଖଣିରୁ ଗାଡି ଜରାସିଂହା ଗାଁ ଦେଇ ଯିବ ନାହିଁ । ଏଭଳି ପ୍ରାୟ ୬ ଟି ଦାବି ପ୍ରଶାସନ ମାନିବା ପରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଥିଲେ ।

Advertisement

Leave a Reply

Your email address will not be published. Required fields are marked *