ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି l ସୂଚନା ଅନୁସାରେ ରାଇଝରଣ ଗ୍ରାମରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଏକ ସ୍କୁଟିରେ କୋଶଳାରେ ଥିବା ଏସବିଆଇ ବ୍ୟାଙ୍କକୁ ଡିପୋଜିଟ କରିବା ପାଇଁ ଆସୁଥିଲେ l ସେଠାରୁ ସେ ଘରକୁ ଫେରୁଥିବା ପଲସର ମୋଟର ସାଇକେଲରେ ୨ ଜଣ ଦୁର୍ବୁତ୍ତ ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ ବନ୍ଧୁକ ଦେଖାଇ ରିଙ୍କୁଙ୍କୁ ଭୟଭୀତ କରି ତାଙ୍କ ପାଖରେ ଥିବା ୩୫ ହଜାର ଟଙ୍କା ଲୁଟି ନେଇଥିଲେ l ଏ ନେଇ ରିଙ୍କୁ ଛେଣ୍ଡିପଦା ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି l ରିଙ୍କୁଙ୍କ ବୟାନକୁ ଆଧାର କରି କୋଶଳା ବଜାର ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିବାଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି l

What’s your Reaction?
+1
0
+1
1
+1
0
+1
0
+1
3
+1
0
+1
0

Leave a Reply