ଅପରାଧ ଦୋକାନୀଙ୍କୁ ଧମକାଇ ଲୁଟେରା ଲୁଟିନେଲେ ୭୦ ହଜାର ଟଙ୍କା Angul OnlineOctober 10, 2023October 10, 2023 ଅନୁଗୁଳ – କିଛି ଦିନ ତଳେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୁଟ କରୁଥିବା ଏକ ଲୁଟେରା ଗ୍ଯାଙ୍ଗକୁ ଅନୁଗୁଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ କିଛିଦିଅନର ନିରବତା ପରେ ପୁଣି ଜିଲ୍ଲରେ ମାତିଛନ୍ତି ଲୁଟେରା । ମଙ୍ଗଳବାର ଦିନ ଦ୍ବିପହରରେ ଜଣେ ବ୍ୟବସାୟୀଙ୍କୁ ଧମକାଇ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି । ବନ୍ତଳା ଥାନା ବସଲା ଗାଁରେ ଆଜି ଦିନ ୨ଟା ବେଳେ ଏଭଳି ଲୁଟ୍ପାଟ୍ ହୋଇଛି । ସୂଚନା ଅନୁସାରେ, ବସଲା ଗାଁ ମୁଣ୍ଡରେ ବିନୋଦ ଦ୍ବିବେଦୀ ଏକ ଦୋକାନ କରିଥିଲାବେଳେ ୨ଟା ବେଳକୁ ଏକ କଳା ବୁଲେଟ୍ରେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ । କିଛି ସାମଗ୍ରୀ ମାଗିବା ବାହାନାରେ ସେମାନେ ଦୋକାନରେ ଥିବା ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ବିନୋଦ ବିରୋଧ କରିବାରୁ ତାଙ୍କୁ ଧମକାଇ ସେମାନେ ଫେରାର୍ ହୋଇଯାଇଥିଲେ । ଏନେଇ ସେ ବନ୍ତଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନ୍ଭିନ୍ କରୁଛି । Advertisement
ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ – ତିନି ଗିରଫ ଅନୁଗୁଳ – ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ…
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…
କୁକୁରକୁ ହତ୍ୟା ଅଭିଯୋଗ ଅନୁଗୁଳ – ପୋଷା କୁକୁରକୁ ପୁଅ ପରି ପାଳିଥିଲେ । ଛୋଟ ବେଳରୁ ସ୍ନେହ ଅଜାଡି ବଡ କରିଥିଲେ । ଚାରି ବର୍ଷରେ ଘରର ସହସ୍ୟ ପାଳଟି…