ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଡ଼କାୟତଙ୍କ ଆତଙ୍କରାଜ। ପୁଲିସକୁ ଖୋଲା ଚାଲେଞ୍ଜ ଦେବା ଭଳି ପୁଣି ଖଣ୍ଡା ଏବଂ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ କରିଛନ୍ତି ଦୁର୍ବୃତ୍ତ । ଗୋପାଳପ୍ରସାଦ ଥାନା ନିକଟସ୍ଥ ଜଗାବଳିଆ ପେଟ୍ରୋଲ ପମ୍ପରୁ ୪ ଦୃର୍ବୁତ୍ତ ମୁଖା ପିନ୍ଧି ବନ୍ଧୁକ ଏବଂ ଖଣ୍ଡା ଦେଖାଇ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା । ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଛଡାଇ ନେଇ ଫେରାର ହୋଇ ଯାଇଛନ୍ତି । ଡକାୟତିର ଘଟଣା ସିସି ଟିଭିରେ କଏଦ୍ ହୋଇଥିବା ବେଳେ ଗୋପାଳପ୍ରସାଦ ପୂଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତ ଡିସେମ୍ବର ମାସ ୨୭ ତାରିଖରେ ତାଳଚେର ଗୁରୁଜାଙ୍ଗ ଠାରେ ଥିବା ବିଦେଶୀ ମଦ ଦୋକାନ ଭିତରେ ତିନି ଦୃବୃତ୍ତ ବନ୍ଧୁକ ଏବଂ ଖଣ୍ଡା ଧରି ପସି ଆତଙ୍କ ଖେଳାଇ ସମାନ ଢଙ୍ଗରେ ଦେଢ଼ ଲକ୍ଷ ଟଙ୍କା ସହ ମଦ ଲୁଟିଆ ନେଇଥିଲେ । ତିନି ଜଣ ଦୃବୃତ୍ତ ମୁଣ୍ଡରେ ହେଲମେଟ ପିନ୍ଧି ଏବଂ ମୁହଁରେ ମାସ୍କ ପିନ୍ଧି ବାଇକରେ ଆସି ବନ୍ଧୁକ ଏବଂ ଭୁଜାଲି ଧରି ବିଦେଶୀ ମଦ ଦୋକାନ ଭିତରେ ପଶି ଆତଙ୍କ ଖେଳାଇ ଦେଢ଼ ଲକ୍ଷ ଟଙ୍କା ସହ ମଦ ଲୁଟିଆ ନେଇଥିଲେ । ବାରମ୍ବାର ତାଳଚେର ଅଞ୍ଚଳରେ ଏଭଳି ଲୁଟ ପରେ ବ୍ୟବସାୟୀଙ୍କ ମନରେ ଭୟ ଦେଖା ଦେଇଛି ।
ପୁଣି ବନ୍ଧୁକ ଓ ଖଣ୍ଡା ମୁନରେ ଲୁଟ – ପୁଲିସ ପାଇଁ କଡା ଚାଲେଞ୍ଜ
