ଆଞ୍ଚଳିକ ବଳିଦାନ-ଦିବସ-ପାଳିତ Angul OnlineJanuary 30, 2021January 30, 2021 ଅନୁଗୁଳ – ମାହାତ୍ମା ଗାନ୍ଧିଙ୍କର ୭୩ ତମ ବଳିଦାନ ଦିବସ ଗାନ୍ଧୀ ପାର୍କ ଠାରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ୫.୧୭ ମିନିଟ ସମୟରେ ସର୍ବ ଧର୍ମ ପ୍ରାର୍ଥନା ଗାନ କରାଯାଇଥିଲା । ପରେ ଗାନ୍ଧୀଜୀଙ୍କ ଜୀବନୀ ଉପରେ ଉପସ୍ଥିତ ଯୁବ ବର୍ଗ ମାନଙ୍କ ମଧ୍ୟରେ ଆଲୋଚନା ହେଇଥିଲା । ଦେଶରେ ଚାଲିଥିବା ହିଂସା ଆଜି ସବୁଠୁ ବଡ ସମସ୍ୟା ତାକୁ ରୋକିବାକୁ ହେଲେ ଗାନ୍ଧୀଜୀଙ୍କର ବିଚାର ହିଁ ଏକ ମାତ୍ର ରାସ୍ତା । ଯୁବ ପିଢ଼ି ଆଜି ଦିଶା ହୀନ ହେଇ ଚାଲୁଛି । ଆଜିର ଦିନ ହେଉଛି ହିଂସା ଵିରୁଦ୍ଧରେ ସଂକଳ୍ପ ଓ ପ୍ରାୟଶ୍ଚିତର ଦିବସ । ଗାନ୍ଧିଜୀଙ୍କର ସତ୍ୟ ଅହିଂସା ଅନୁସରଣ କରିବାକୁ ସମସ୍ତେ ମତ ଦେଇଥିଲେ । ଉକ୍ତ ସଭାରେ ନବ ମାଳତୀ ସ୍ମୃତି ପୀଠର ସଭାପତି ବିଦ୍ୟାଧର ନାୟକ ସର୍ବ ଧର୍ମ ପ୍ରାର୍ଥନା ଗାନ କରିଥିଲେ । ରାଷ୍ଟ୍ରୀୟ ଯୁବା ସଂଗଠନ ରାଜ୍ୟ ସଂଯୋଜକ ସୂର୍ୟ ନାରାୟଣ , ଅଦ୍ୟାଶ୍ଲୋକ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସହିଦ ସ୍ମୃତି କମିଟିର ସଦସ୍ୟ ପ୍ରତାପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଯେଉଁଥିରେ ସାମାଜିକ କର୍ମୀ ସିତୁ ନାଏକ , ରଶ୍ମିରଞ୍ଜନ ସାହୁ ଜ୍ୟୋତି ପ୍ରକାଶ ମିଶ୍ର ଓ ଅନ୍ୟ ସାଥି ମାନେ ଉପସ୍ଥିତ ଥିଲେ । Advertisement
ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି…
ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବୀ ନେଇ ମଙ୍ଗଳବାର ଅନିର୍ଦିଷ୍ଟ ସମୟ କାଳ ପାଇଁ…
କାଞ୍ଜିଆହୁଦା ପାଇଁ ଦାବିପତ୍ର ଅନୁଗୁଳ – ଅନୁଗୁଳ ସହରରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି । ଜାତୀୟ ରାଜପଥ ସମେତ ସହରର ସବୁ ରାସ୍ତାରେ ବହୁ ସଂଖ୍ୟାରେ ଗାଈଗୋରୁ ବୁଲୁ…