ହାତୀ ଛୁଆକୁ ଦିଆଗଲା ସାଲାଇନ

ହାତୀ ଛୁଆକୁ ଦିଆଗଲା ସାଲାଇନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ସାଲାଇନ ଲାଗିଛି । ତାକୁ ଟ୍ରଙ୍କୁଲାଇଜ କରି ସଲାଇନ ସହ ଭିଟାମିନ ଦିଆଯାଇଛି । ସୂଚନା ଅନୁସାରେ , ଗତ ୩ ତାରିଖ ରାତିରେ ହାତୀପଲ ପାଳବନ୍ଧ ନିକଟକୁ ଆସିଥିବା ବେଳେ ସେଇଠି ହାତୀଛୁଆଟି ରହି ଯାଇଥିଲା । ହାତୀପଲଙ୍କ ସହିତ ଜଙ୍ଗଲକୁ ଫେରି ପାରି ନଥିଲା ।  ଛୁଆ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ସେଠାରେ ବେଶ୍ ଗହଳି ଲଗାଇଥିଲେ । ଲୋକେ ଛୁଆ ହାତୀ ଦେହରେ ହାତ ଲଗାଇବା ପୂର୍ବରୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ବନ୍ଧ ନିକଟରେ ହାତୀଛୁଆ ଦେହ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲା ବନ ବିଭାଗ । ନିକଟରେ ହିନ୍ଦୋଳ ବନାଞ୍ଚଳରେ ଯେହେତୁ ଦୁଇଟି ହାତୀ କୃମି ପାଇଁ ମୃତ୍ୟୁବରଣ କରିଛନ୍ତି, ତେଣୁ ଛୁଆକୁ କୃମି କିମ୍ବା ହର୍ପିସ୍‌ ରୋଗ ହୋଇଥିବା ପ୍ରାଣୀ ଚିକିତ୍ସକ ଅନୁମାନ କରିଥିଲେ । ହାତୀ ଦେହରେ ହାତ ବାଜିଲେ ଛୁଆ କୁଆଡ଼େ ହାତୀ ଗୋଠ ସହ ମିଶି ପାରେ ନାହିଁ । ତେଣୁ, ଛୁଆ ଦେହରେ କୌଣସି ପ୍ରକାରେ ହାତ ନ ମାରି ହାତୀର ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ୍‌ କରିଥିଲା ବନ ବିଭାଗ । ଉଭୟ ହର୍ପସ୍‌ ଏବଂ କୃମି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିଲା । ହାତୀ ଦେହରେ ପ୍ରବଳ କୃମି ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ବେଳେ ହର୍ପିସ୍‌ ରିପୋର୍ଟକୁ ବନ ବିଭାଗ ଅପେକ୍ଷା କରିଛି ।

What’s your Reaction?
+1
0
+1
2
+1
2
+1
0
+1
2
+1
0
+1
2

Leave a Reply