ଅପରାଧ ବନ୍ଧା ହେଲେ ସମିତିସଭ୍ଯା – ଦେଶୀ ମଦ କାରବାର ଅଭିଯୋଗ Angul OnlineDecember 6, 2023December 6, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଗଡିଆ ଅଞ୍ଚଳରେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିବା ଅପରାଧରେ ଗିରଫ ହେଲେ ସମିତିସଭ୍ଯା l ଗିରଫ ସମିତିସଭ୍ଯା ଜଣଙ୍କ ହେଲେ ବାଗଡିଆ ସମିତି ସଭ୍ଯା ସିତା ବେହେରା l ବାଗଡିଆ ଥାନା ଅଞ୍ଚଳରେ ୨ ନମ୍ବର ଅବକାରୀ ଥାନା ଓ ମୋବାଇଲ ସ୍କୁଆର୍ଡ଼ ପକ୍ଷରୁ ଚଢ଼ାଉ କରି ବୁଧବାର ୯୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ଏଥିରେ ଏହି ସମିତି ସଭ୍ୟାଙ୍କ ସମେତ ୫ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି l ଅବକାରୀ ବିଭାର ସୂଚନା ଅନୁଯାୟୀ ଅନୁଗୋଳ ଅବକାରୀ ବିଭାଗ ଓ ମୋବାଇଲ ସ୍କୱାର୍ଡ ମିଳିତ ଭାବେ ବାଗଡିଆ ଥାନା ଅଞ୍ଚଳରେ ବ୍ୟାପକ ମହୁଲି ମଦ ବିକ୍ରି ହେଉଥିବା ଖବର ପାଇ ସଦଳବଳେ ଚଢ଼ାଉ କରିଥିଲେ l ଅବକାରୀ ବିଭାଗ ପ୍ରଥମେ ବାଗଡିଆ ରଥ ସାହିରେ ଚଢ଼ାଉ କରି ସମିତି ସଭ୍ୟା ସିତା ବେହେରା ,ରଜନୀ ବେହେରା , ସୁଲଚନା ବେହେରାଙ୍କୁ ଗିରଫ କରିବା ପରେ କଣଲୋଇ ଗ୍ରାମରେ ଚଢ଼ାଉ କରି କୁନ୍ତଳା ମୁଖି ଓ ପାତ୍ରପଡା ଗ୍ରାମର ଯଶୋବନ୍ତ ବେହେରାଙ୍କୁ ଗିରଫ କରିଥିଲେ l ସେମାନଙ୍କ ନିକଟରୁ ୯୫ ଲିଟର ଦେଶୀ ମହୁଲି ମଦ ଓ ୧୬୦କିଗ୍ରା ପୋଚ ଜବତ କରିବା ସହିତ ବେଆଇନ ମଦ ବିକ୍ରି କରିବା ଅଭିଯୋଗରେ ଉକ୍ତ ୫ ଜଣଙ୍କୁ ଗିରଫ କରିଥିଲେ l ଅବକାରୀ ବିଭାଗ ପକ୍ଷରୁ ଏନେଇ ୫ଟି ମାମଲା ରୁଜୁ କରିବା ସହିତସମିତି ସଭ୍ୟାଙ୍କ ସମେତ ୫ଜଣଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରା ଯାଇଛି l Advertisement
ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚାଷ ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚା ଅନୁଗୁଳ – ଏକଦା ଗଞ୍ଜେଇ ହବ୍ କୁହା ଯାଉଥିବା ଅନୁଗୁଳ ଜିଲ୍ଲାରେ ପୁଣି ଚେଇଁଲେଣି ଗଞ୍ଜେଇ…
କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣା – ୨ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଗତକାଲି ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି । କଲେଜ ଛାତ୍ରୀଙ୍କୁ ଏକୁଟିଆ…
ନାଳରେ ଭାସୁଛି ନବଜାତକର ମୃତଦେହ ଛେଣ୍ଡିପଦା – ନାଳରେ ଭାସୁଛି ନବଜାତକର ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମ ନିକଟ ଦେଇ ବହି ଯାଇଥିବା ବଡଯୋରା ନାଳରେ ଏକ…