ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ୱାମୀ ଶିଶିର ସାମଲ । ଜଣେ ହିତାଧିକାରୀଙ୍କ “ମୋ ପୋଖରୀ” ଖୋଳାର ବିଲ ପାସ କରାଇଦେବା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ହାତରେ ଧରାପଡିଥିଲେ । ଅଭିଯୋଗ ଅନୁଯାୟୀ ଗେଙ୍ଗୁଟିଆ ଗାଁର ପଦ୍ମ ଚରଣ ପ୍ରଧାନ ମୋ ପୋଖରୀ ଯୋଜନାରେ ପୋଖରୀ ଖୋଳାଇଥିବା ବେଳେ ଏହାର ବିଲ ପାସ ପାଇଁ ସରପଞ୍ଚ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏ ନେଇ ପଦ୍ମ ଚରଣ ଅନୁଗୁଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ । ଏହାପରେ ଆଜି ଯୋଜନା ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରେ ପଦ୍ମ ଚରଣଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଥିଲା । ଅନୁଗୁଳ ଭିଜିଲାନ୍ସ DSP ପ୍ରଦୀପ କୁମାର ସାମଲଙ୍କ ନେତୃତ୍ୱରେ ଗଠିତ ଟିମ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ କାବୁ କରିଥିବାବେଳେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।
What’s your Reaction?
+1
+1
1
+1
+1
+1
7
+1
+1