ମୁଖ୍ୟ ଖବର ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ Angul OnlineNovember 4, 2022November 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ହେରଫେର କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୬ – ୧୭ ଓ ୨୦୧୮ – ୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସପ୍ଲିମେଣ୍ଟାରୀ ନ୍ୟୁଟିସନାଲ ପ୍ରୋଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଚାଉଳ ଯୋଗାଣ ହୋଇଥିଲା । ଦୁଇଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଦେବାଶିଷ ଥମ୍ବ ଓ ଘନଶ୍ୟାମ ସାହୁ ଗୋଦାମରୁ ଚାଉଳ ଉଠାଇଥିଲେ । ତେବେ ଅଡିଟ ବେଳେ ଚାଉଳ ପାଇଁ ଦିଆ ଯାଇଥିବା ସ୍ଲିପ ଗୁଡିକ ମଧ୍ୟରେ ତାଳମେଳ ନ ଥିବାରୁ ଚାଉଳ ହେରାଫେରି କଥା ପଦାକୁ ଆସିଥିଲା । ଦୁଇ ଏଜେଣ୍ଡ ମିଶି ପ୍ରାୟ ୧୯୪୭.୧୧ କିଣ୍ଡାଲ ଚାଉଳ ହେରାଫେରି ହୋଇଥିବା ଜଣାପଡିଛି । ହେରଫେର ହୋଇଥିବା ଚାଉଳର ବଜାର ମୂଲ୍ୟ ପ୍ରାୟ ୧୪ ରୁ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ଏତେ ପରିମାଣର ଚାଉଳ ହେରଫେର ହୋଇଥିବା ଜଣା ପଡିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥାନାରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । Advertisement
କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ଦାବିରେ ଅନଶନରେ ବସିଲେ ବିଧାୟକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସ.ଏ.ପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ…
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ଚୋରା କୋଇଲା ଜବତ – ୧୪ ଜଣ ଅଭିଯୁକ୍ତ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର । ବୁଧବାର…