ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଗୁଣ୍ଡାରାଜ – ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଗୁଣ୍ଡାରାଜ – ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ

ଅନୁଗୋଳ – ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ସୁରକ୍ଷାକର୍ମୀଙ୍କ ମାଡ଼ । ଡାକ୍ତରଙ୍କୁ ଦେଖାଇବାକୁ ଧାଡିରେ ଛିଡା ହୋଇଥିବା ବେଳେ କ୍ରମିକ ନମ୍ବରରେ ଉପର ତଳ କରୁଥିବା ଅଭିଯୋଗ କରିବାରୁ ରୋଗୀ ସମ୍ପର୍କୀୟଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି । ସୂଚନା ଅନୁସାରେ ଉଗୀ , ପରା ଅଞ୍ଚଳର ଅଭିରାମ ମୁଖୀ ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ଶିଶୁପୁତ୍ରର ଦେହ ଖରାପ ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ଟିକଟ କରି ଧାଡିରେ ଛିଡ଼ା ହୋଇଥିବା ବେଳେ ମେଡ଼ିକାଲ ସୁରକ୍ଷାକର୍ମୀ କ୍ରମିକ ନମ୍ବର ଅନୁସାରେ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ପଠାଉଥିଲେ । ହେଲେ ସୁରକ୍ଷାକର୍ମୀ ଜଣଙ୍କ ପାତରଅନ୍ତର କରି ରୋଗୀଙ୍କ କ୍ରମିକ ନମ୍ବର ଉପରତଳ କରୁଥିଲେ । ଯାହାକୁ ପ୍ରତିବାଦ କରିଥିଲେ ଅଭିରାମ । ଆଉ ପ୍ରତିବାଦ କରିବାରୁ ସମ୍ପୃକ୍ତ ସୁରକ୍ଷାକର୍ମୀ ଓ ତାଙ୍କ ସୁପରଭାଇଜର ମିଶି ଅଭିରାମଙ୍କୁ ଗାଳି ଗୁଲଜ କରିବା ସହ ଏକ କୋଠରୀ ଭିତରକୁ ନେଇ ଯାଇ ମାଡ଼ ମାରିଥିଲେ । ବନ୍ଦ କୋଠରୀ ଭିତରେ ତାଙ୍କୁ ଚାପୁଡ଼ା , ବିଧା ମାରିବା ସହ ତାଙ୍କ ସାର୍ଟ ମଧ୍ୟ ଚିରି ଦେଇଥିବା ଅଭିରାମ ଅଭିଯୋଗ କରିଛନ୍ତି । ଏ ନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିବା ଜଣା ପଡ଼ିଛି । ତେବେ ଏକ ଶିଶୁ ଆଗରେ ତାଙ୍କ ବାପାଙ୍କୁ ଏଭ୍ଲି ଆଚରଣ ପରେ ଶିଶୁଟି ମଧ୍ଯ ଭୟଭିତ ହୋଇ ଯାଇଥିଲା । ଯେତେ ବୁଝାଇଲେ ମଧ୍ଯ ଆଉ ଡାକ୍ତରଖାନା ଭିତରକୁ ଯିବାକୁ ରାଜି ହୋଇ ନଥିଲେ।

What’s your Reaction?
+1
1
+1
1
+1
0
+1
0
+1
2
+1
0
+1
2

Leave a Reply