ଅନୁଗୋଳ – ଅନୁଗୋଳ ଜିଲା ଅବକାରୀ ବିଭାଗ ଏକ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଚାଲାଣ କରୁଥିବା ଗାଡିକୁ ଜବତ କରିଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଅନୁଗୋଳ ଓ ଆଠମଲ୍ଲିକ ର ଅବକାରୀ ବିଭାଗ ଜଗି ରହିଥିଲା । ଏହି ସମୟରେ ଏକ ବୋଲେରୋ ଗାଡ଼ିରେ ଉତ୍ତରପ୍ରଦେଶର ତିନି ଜଣ ଯୁବକ ଆସୁଥିବା ଦେଖି ଗାଡି ଅଟକାଇ ଜାଞ୍ଚ କରାଯାଇଥିଲା । ଜାଞ୍ଚ ବେଳେ ଗାଡିରୁ ୧୦୨ କେଜି ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୨୦ ହଜାର ଟଙ୍କା ହେବ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବାକାରୀ ବିଭାଗ ଉତ୍ତରପ୍ରଦେଶର ତିନି ଯୁବକଙ୍କୁ ଗିରଫ କରିବା ସହ ଏକ ବୋଲେରୋ ଗାଡିକୁ ଜବତ କରିଛି । ଗିରଫ ତିନି ଜଣ ଉତ୍ତରପ୍ରଦେଶର ସଂଦିପ ଗୁପ୍ତା , ମନୋଜ ମାଲଭିଆ ଓ ରାଧେଶ୍ଯାମ ଚୌହାନ । ସେମାନେ ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ଉତ୍ତରପ୍ରଦେଶ କୁ ଚାଲାଣ କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି ।
What’s your Reaction?
+1
+1
+1
1
+1
+1
+1
+1
1