ଅପରାଧ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ Angul OnlineApril 19, 2023April 19, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ତାଳଚେର ଅବକାରୀ ବିଭାଗ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ଜଣେ ବେପାରିକୁ ଗିରଫ କରିଥିବା ବେଳେ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତାଳଚେର ବିରାଦରପଡାର ଚଗଲା ବେହେରା । ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଦେଇଥିବା ସୁଚନା ଅନୁସାରେ ତାଳଚେର ବିରାଦରପଡ଼ାର ସ୍ୱର୍ଗତ କାଳିଆ ବେହେରାଙ୍କ ୩୫ ବର୍ଷୀୟ ପୁଅ ଚଗଲା ବେହେରା ବ୍ରାଉନସୁଗାର ବିକ୍ରି କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ଖବର ପାଇ ତାଳଚେର ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତା ନିକଟରୁ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । Advertisement
ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି । ଲିଙ୍ଗରାଯୋଡ଼ି ଗ୍ରାମର…
ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ…
ଗୋରୁ ବୋଝେଇ ଟ୍ରକ ଜବତ – ଦୁଇ ଗିରଫ ପାଲଲହଡା – ଟ୍ରକରେ ଗୋରୁ ଚୋରା ଚାଲାଣ ବେଳେ ଖବର ପାଇ ପାଲଲହଡା ପୁଲିସ ଚଢ଼ାଉ କରିଥିବା ବେଳେ ଟ୍ରକ ସହ ୨0 ଗୋରୁ ଜବତ କରିଛି…