ଅପରାଧ ବ୍ରାଉନସୁଗାର ଜବତ – ଦୁଇ ଯୁବକ ଗିରଫ Angul OnlineAugust 16, 2023August 16, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଇଲାକାରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ନାଲକୋନଗର ଥାନା ପୁଲିସ ଆଜି କୁଲାଡ଼ ଗାଁରେ ଚଢାଉ କରି ୬.୨୪୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ମାନେ ହେଲେ ମଙ୍ଗଳପୁର କଣ୍ଟାବଣିଆର ଚନ୍ଦନ ମହାପାତ୍ର ଓ ଅନୁଗୁଳ କନିଆବେଡା , ମଝିସାହିର ସୁଶୀଲ ସାହୁ ବୋଲି ଜଣା ପଡିଛି । ସୁଚନା ଅନୁସାରେ ଉଭୟ ମିଶି ଅନେକ ଦିନ ହେଲା ବ୍ରାଉନସୁଗାର ବେପାରରେ ଲିପ୍ତ ରହିଥିବା ବେଳେ ଆଜି ଗରାଖ ଅପେଖ୍ଯାରେ ଥିବା ବେଳେ ସେମାନଙ୍କୁ ନାଲକୋନଗର ଥାନା ପୁଲିସ ଗିରଫ କରିଥିଲା । Advertisement
ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ତାଳବେଡା ଗ୍ରାମରେ ଭଡାରେ ରହୁଥିବା ଆଦିତ୍ୟ ଦାସଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ଆଦିତ୍ୟ…
ଡାକ୍ତରଙ୍କ ଘରୁ ଟଙ୍କା ଓ ସୁନା ଚୋରି – ରୋଷେୟା ଗିରଫ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗଡ଼ସାହିର ଅବସରପ୍ରାପ୍ତ ଡ଼ାକ୍ତର ଅକ୍ଷୟ କୁମାର ସିଂଙ୍କ ଘରୁ ଟଙ୍କା , ସୁନା ଚୋରି ଘଟଣାର…
ଡ୍ୟୁଟି ଯାଉଥିବା ବେଳେ ଭୁଜାଲିରେ ଆକ୍ରମଣ – ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟଙ୍କୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି…