ଅପରାଧ ହାଇଜାକ ହୋଇଥିବା ମଦ ଗାଡି ଜବତ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁରରେ ସରକାରୀ ମଦ ଡିପୋ ରହିଛି । ତେବେ ଉକ୍ତ ଡ଼ିପୋରୁ ମଦ ଧରି ଏକ ପିକ୍ ଅପ୍ ଗାଡ଼ି ଢେଙ୍କାନାଳ ଜିଲ୍ଲା ଭାପୁରକୁ ଗତ ଗୁରୁବାର ଯାଉଥିଲା । ଏହି ସମୟରେ ଗାଡ଼ିକୁ ରାସ୍ତାରେ ଅଟକାଇ ଉକ୍ତ ଗାଡ଼ି ଓ ମଦକୁ କିଛି ଯୁବକ ହାଇଜାକ୍ କରିଥିଲେ । କେବଳ ହାଇଜାକ୍ କରିନଥିଲେ , ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପରକୁ ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଏହି ଘଟଣା ବଡ଼କେରା ଅଞ୍ଚଳରେ ଘଟିଥିବାବେଳେ ଗାଡ଼ିକୁ ନିଶା ଥାନା ଅଞ୍ଚଳରେ ଥିବା ଜଙ୍ଗଲକୁ ଦୁବୃତ୍ତ ମାନେ ନେଇଯାଇଥିଲେ । ତେବେ ଏହି ଜଙ୍ଗଲରେ ବନ୍ତଳା ପୋଲିସ ଚଢ଼ାଉ କରି ୫ରୁ ଉର୍ଦ୍ଧ୍ବ ଲୋକଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୨୦୦ରୁ ଉର୍ଦ୍ଧ ପେଟି ମଦ ଜବତ କରିଛି । ନିଶା ଥାନା ଅନ୍ତର୍ଗତ ଏକ ଭଡ଼ା ଘରୁ ଏହି ମଦ ପୁଲିସ ଜବତ କରିଛି । ସେହିଭଳି ମାଇନ୍ସ ଅଞ୍ଚଳରେ ଲୁଚାଇଥିବା ପିକ୍ ଅପ୍ ଗାଡ଼ି ମଧ୍ୟ ଜବତ କରିଥିବା ସୂଚନା ପ୍ରଦାନ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲୁ ଥିବାରୁ ପୁଲିସ ଅଧିକ ସୁଚନା ଦେବାକୁ ମନା କରିଥିବାବେଳେ ଅହୁରୀ ମଦ ଓ କେଉଁମାନେ ସମ୍ପୃକ୍ତ ରହିଛନ୍ତି ତାହାର ଖୋଳତାଢ଼ କରାଯାଉଛି ବୋଲି ସୂଚନା ମିଳିଛି । Advertisement
ଦୁଷ୍କର୍ମ ଓ ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ଛାଡିବା ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଜୋରଜବରଦସ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ପରେ ଶାରୀରିକ ସମ୍ପର୍କ ଏବଂ ପରେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡିବା ଅଭିଯୋଗରେ ଅନୁଗୁଳ ଟାଉନ…
ଡିପ୍ଲୋମା ସ୍କୁଲରୁ ଯନ୍ତ୍ରାଂଶ ଚୋରି – ଚୋରଙ୍କୁ କାବୁ କରି ପୁଲିସରେ ଦେଲେ ଲୋକେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବନ୍ଦ ହୋଇ ପଡିଥିବା କାଇମେଟ ଡିପ୍ଲୋମା ବିଦ୍ୟାଳୟରୁ ଲୁହା ଚୋରୀକରି ଏକ ପିକଅପ ଭ୍ୟାନ କବାଡିରେ ବିକ୍ରିକରି ଫେରୁଥିବା ବେଳେ…
କୁକୁଡା ଫାର୍ମ ତଳେ ଅଣ୍ଡରଗ୍ରାଉଣ୍ଡ ଡିପୋ – ବିପୁଳ ପରିମାଣର ମଦ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାସିଂହା ଗ୍ରାମରେ ଆଜି ସନ୍ଧ୍ୟାରେ ଅନୁଗୁଳ ସ୍ପେସିଆଲ ସ୍କ୍ୱାର୍ଡ ପୁଲିସ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ…