ଅପରାଧ ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ମୋଟରସାଇକେଲ ଜବତ – ୫ ଗିରଫ Angul OnlineSeptember 9, 2023September 9, 2023 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଶନିବାର ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ଚଢ଼ାଉ କରି ଥିଲା I ଚଢାଉ ବେଳେ ସଦାନନ୍ଦପୁର ଗ୍ରାମର ରିନା ବେହେରାଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା I ସେହିଭଳି ଆନନ୍ଦପୁର ଗ୍ରାମର ମିତାଲି ପଧାନଙ୍କ ଠାରୁ ୧୦ ଲିଟର , ନୀଳିମା ପଧାନଙ୍କ ଠାରୁ ୧୫ ଲିଟର ଏବଂ ୫୦କେଜି ପୋଚ ଜବତ କରି ନଷ୍ଟ କରାଯାଇଛି I ରାଜିଙ୍ଗ ଗ୍ରାମର ସୁରେଶ ଚନ୍ଦ୍ର ବେହେରାଙ୍କ ଠାରୁ ୪୦ ଲିଟର ଏବଂ ଏକ ମୋଟରସାଇକେଲ ଜବତ କରାଯାଇଛି I ସେହି ଗ୍ରାମର ନବଘନ ବେହେରାଙ୍କ ଠାରୁ ୪୦ ଲିଟର ଦେଶୀ ମହୁଲି ମଦ ମଧ୍ୟ ଜବତ କରା ଯାଇଥିଲା I ଏଥିପାଇଁ ଏହି ୫ ଅଭିଯୁକ୍ତଙ୍କୁ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି I Advertisement
ଚାକିରୀ ନାଁରେ ଠକେଇ , ଜଣେ ଗିରଫ ଅନୁଗୁଳ – ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ…
ବିଡ଼ିଓଙ୍କ ବାସଭବନରୁ ଚୋରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ବାସଭବନରୁ ଚୋରୀ ହୋଇଥିବା ନେଇ ଆଜି ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ…
ମହିଳା ସଂଘ ସଦସ୍ଯାଙ୍କ ଠାରୁ ଟଙ୍କା ଠକେଇ ଘଟଣା- ମା ଓ ଝିଅ ଗିରଫ ଅନୁଗୁଳ – ମହିଳା ସଂଘର ସଭାନେତ୍ରୀ ହୋଇ ମହିଳାଙ୍କ ନାମରେ ବ୍ଯାଙ୍କରୁ ଋଣ ନେବା ସହ ମହିଳା ମାନଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇ ଫେରାର…