ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ

ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ

ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ ।

କାରଖାନାର ଲାଇସେନ୍ସ  ନ ଥିବା ଜଣାପଡିଛି ।

ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ।

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା କୁଶକିଳା ଗ୍ରାମରେ ଥିବା ଦୁଇଟି ବେଆଇନ ବାଣ କାରଖାନା ଉପରେ ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ଓ ଜରପଡା ଥାନା ପୁଲିସର ଚଢାଉ କରି ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ରାସାୟନିକ ଦ୍ରବ୍ୟ ସହିତ ବ୍ୟାପକ ବାଣ ଜବତ କରିଛି । ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ଚଢ଼ାଉ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଉପରୋକ୍ତ ସ୍ଥାନରେ ବେଆଇନ ଭାବେ ବାଣ ତିଆରି ହେଉଥିଲା । ଏହି ଖବର ମିଳିବା ପରେ ସ୍ପେସିଆଲ ସ୍କ୍ବାର୍ଡ  ଓ ଜରପଡା ଥାନା ପୁଲିସ ସେଠାରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ କାରଖାନାର ଲାଇସେନ୍ସ  ନ ଥିବା ଜଣାପଡିଥିଲା ।ଘଟଣା ସ୍ଥଳରୁ ପୁଲିସ ବିଭିନ୍ନ ପ୍ରକାରର ରାସାୟନିକ ସାମଗ୍ରୀକୁ ଜବତ କରିବା ସହିତ ଚଢ଼ାଉ ଜାରି ରଖିଛନ୍ତି । ତେବେ ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଜନବସତି ମଧ୍ୟରେ ସେମାନେ ବେଆଇନ ଭାବେ ବାଣ ତିଆରି କରିବା ସହ ଅତ୍ୟନ୍ତ ମାରାତ୍ମକ ରାସାୟନିକ ସାମଗ୍ରୀ ଗଚ୍ଛିତ ରଖିଥିଲେ। ଖବର ଲେଖା ହେବା ସୁଦ୍ଧା ପୁଲିସର ଚଢ଼ାଉ ଜାରି ରହିଥିବା ବେଳେ ଚଢ଼ାଉ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି । ସେହିପରି ଛେଣ୍ଡିପଦା ଥାନା ପକ୍ଷରୁ କୋଶଳାର ଲଷ୍ମୀ ବଜାର ଠାରେ ଏକ ଘରେ ବେଆଇନ ବାଣ ଗୋଦାମ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଛି । ଘଟଣାରୁ ପ୍ରକାଶ ଦୀପାବଳି ପାଇଁ କୋଶଳା ଲଷ୍ମୀବଜାରର ଏକ ଘରେ ବାଣ ଗଛିତ ରଖଯାଇଥିବା ପୁଲିସ ବିଶ୍ୱସ୍ତ ସୁଟରୁ ଖବର ପାଇ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ପୁଲିସ ଜଣକୁ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ।

What’s your Reaction?
+1
0
+1
0
+1
0
+1
1
+1
2
+1
0
+1
0

Leave a Reply