ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ମିହିର କୁମାର ଜେନାଙ୍କ ପରଲୋକ ହୋଇଛି । ସେ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନେକ ଦିନ ଯାଏ କାର୍ଯ୍ୟ କରିଥିଲେ । କିଛି ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇ ଗୃହ ସଂଗରୋଧରେ ଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ସେ ଜଣେ ବନ୍ଧୁବତ୍ସଳ ଓ ଆମାୟିକ ଲୋକ ହିସାବରେ କର୍ମଚାରୀ ମହଲରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
What’s your Reaction?
+1
+1
+1
+1
+1
+1
+1