ଆଞ୍ଚଳିକ ବରିଷ୍ଠ ସମ୍ବାଦିକଙ୍କ ପରଲୋକ Angul OnlineSeptember 25, 2024September 25, 2024 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଆଜି ସକାଳେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ର ଏହି ଏହି ଅକାଳ ବିୟୋଗ କୁ ଅଞ୍ଚଳ ବାସୀ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପରିବାର ବର୍ଗ ଭାଙ୍ଗିପଡ଼ିଛନ୍ତି । ସଚ୍ଚିଦାନନ୍ଦ ପ୍ରଧାନ ଧରିତ୍ରୀ ଖବର କାଗଜରେ ଗତ ୧୫ ବର୍ଷ ରୁ ଉଦ୍ଧ ଧରି ସାମ୍ବାଦିକତା କରୁଥିଲେ। ସେ ବିଭିନ୍ନ ସାମାଜିକ ସଂଗଠନରେ ଜଡ଼ିତ ରହିବା ସହିତ ତାଙ୍କର ଆମାୟିକ ବ୍ୟବହାର, ସେବା ମନୋଭାବ ଓ ଉତ୍ତମ ଜନ ସମ୍ପର୍କ ପାଇଁ ଅଞ୍ଚଳରେ ସେ ଖୁବ୍ ଜନପ୍ରିୟ ଥିଲେ । ସ୍ବାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ କଣିହାଁର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ତାଙ୍କ ମର ଶରୀରକୁ ପ୍ରଥମେ ପ୍ରଜାମଣ୍ଡଳ ଭବନ ପରିସରକୁ ଅଣାଯାଇଥିଲା । ସେଠାରେ ଟ୍ରଷ୍ଟର ସଦସ୍ୟ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ କଣିହାଁ ପ୍ରେସ କ୍ଲବ ପରିସରରେ କଣିହାଁ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଦେବା ସହ ସଚ୍ଚିଦାନନ୍ଦ ପ୍ରଧାନ ଅମର ରହେ ସ୍ଲୋଗାନ ଦେଇଥିଲେ । ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା, ବଡହୀରା ଗ୍ରାମ ସ୍ଥିତ ତାଙ୍କ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ତାଙ୍କ ମୃତ୍ୟୁରେ, କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସହିତ ପ୍ରାକୃନ ବିଧାୟକ ପାଲଲହଡ଼ା ମୁକେଶ କୁମାର ପାଳ, ଅନୁଗୁଳ ଜିଲ୍ଲାର ବହୁ ସାମ୍ବାଦିକ ଏବଂ କଣିହାଁ ପ୍ରେସ୍ କ୍ଲବ୍ ଓ ଉତ୍କଳ ସାମ୍ବାଦିକ ସଂଘ ଓଡିଶା କଣିହାଁ ଶାଖା ତରଫରୁ ଗଭୀର ଶୋକବ୍ୟକ୍ତି କରିଛନ୍ତି । Advertisement
ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ…
ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଗୋଳ – ଅନୁଗୋଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମ ରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା…
ପ୍ରତିଭା ସମ୍ମାନ ଉତ୍ସବ – ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ…